ଖାଦ୍ୟରେ ଏହାର ଉପଯୋଗ ହୋଇ ନଥିଲେ ସ୍ୱାଦିଷ୍ଟ ହୋଇନଥାଏ !

କୁହାଯାଏ ଯେ ଖାଦ୍ୟରେ ଯେତେ ପ୍ରକାରର ମସଲା ପଡ଼ିଥିଲେ ବି ଯଦି ସେଥିରେ ଏକ ଜିନିଷ ପଡ଼ି ନଥାଏ ତେବେ ସ୍ୱାଦିଷ୍ଟ ହୋଇନଥାଏ । ଆଉ ସେହି ଜିନିଷଟି ହେଲା ଲୁଣ। କେତେକ ଲୋକ ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖନ୍ତି । ଭୋଜନକୁ ସ୍ୱାଦିଷ୍ଟ କରିବାଲାଗି ସେ ଚାହୁଁଥିବା ସତ୍ତ୍ୱେ, କେତେକ କାରଣରୁ ତାହା ଅନେକ ସମୟରେ ସ୍ୱାଦିଷ୍ଟ ହୋଇପାରେ ନାହିଁ । ଯେଉଁମାନେ ଖାଦ୍ୟ ପ୍ରସ୍ତୁତିବେଳେ କେଉଁ ସମୟରେ ଲୁଣ ପକାଇବାକୁ ହେବ, ଜାଣିନଥାଆନ୍ତି, ସେମାନେ ଏଭଳି ଅସୁବିଧାରେ ପଡ଼ନ୍ତି ।

ଏଣୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଖାଦ୍ୟର ଗୁଣବତ୍ତା ରକ୍ଷା କରିବା ଲାଗି କେଉଁ ସମୟରେ ଲୁଣ ପକାଇବା ଆବଶ୍ୟକ, ତାହା ଜାଣିବା ଉଚିତ । ଏକଥା ମନେ ରଖିବା ଉଚିତ ଯେ ନିର୍ଦ୍ଧାରିତ ସମୟରେ ଲୁଣ ନ ପକାଇଲେ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବଦଳି ଯାଇଥାଏ ।

ଭୋଜନକୁ ସ୍ୱାଦିଷ୍ଟ କରିବା ଲାଗି କେତେକ ଲୋକ  ଚାହୁଁଥିବା ସତ୍ତ୍ୱେ, କେତେକ କାରଣରୁ ତାହା ଅନେକ ସମୟରେ ସ୍ୱାଦିଷ୍ଟ ହୋଇପାରେ ନାହିଁ । ଯେଉଁମାନେ ଖାଦ୍ୟ ପ୍ରସ୍ତୁତିବେଳେ କେଉଁ ସମୟରେ ଲୁଣ ପକାଇବାକୁ ହେବ, ଜାଣିନଥାଆନ୍ତି, ସେମାନେ ଏଭଳି ଅସୁବିଧାରେ ପଡ଼ନ୍ତି ।

ପିଆଜକୁ ତେଲରେ ଭାଜିବା ଆରମ୍ଭରେ ନୁହେଁ ବରଂ ଶେଷ ସମୟରେ ସେଥିରେ ଲୁଣ ପକାନ୍ତୁ । ପାସ୍ତା ବା ମାଗି ଆଦି ରନ୍ଧନ ବେଳେ ପାଣି ଫୁଟିବା ସମୟରେ ହିଁ ସେଥିରେ ଲୁଣ ପକାଇବା ଉଚିତ । ଏପରି କରିବା ଦ୍ୱାରା ସେଥିରେ ଲୁଣର ମାତ୍ରା କମ୍‌ ହେବା ସହିତ ତାହା ସ୍ୱାଦିଷ୍ଟ ହୋଇଥାଏ । ବିନ୍‌ସ ପ୍ରସ୍ତୁତିରେ ଅଧିକ ସମୟ ଲାଗିଥାଏ । ଏଣୁ ସେଥିରେ ରନ୍ଧନ ପୂର୍ବରୁ ଲୁଣ ମିଶାଇ ଦେବା ଠିକ୍‌ ।

photo-foodhallonline.com

ଡାଲି ବଘାରିବା ପୂର୍ବରୁ ସେଥିରେ ଲୁଣ ମିଶାଇଲେ ତାହା ଅଧିକ ସ୍ୱାଦଯୁକ୍ତ ହୋଇଥାଏ । ଅପରପକ୍ଷରେ ଆଳୁ ସିଝାଇବା ସମୟରେ ହିଁ ସେଥିରେ ଲୁଣ ପକାଇବା ଭଲ। ଏହା ସହଜରେ ଏବଂ ଶୀଘ୍ର ସିଝିଯାଏ। ଯଦି ଏହି ସିଝା ଆଳୁ କୌଣସି ତରକାରୀରେ ପ୍ରୟୋଗ କରାଯାଉଥାଏ , ତେବେ ସିଝାଇବା ଆଗରୁ ଲୁଣ ପଡ଼ି ନ ଥାଏ ତେବେ ତରକାରୀରେ ପଡ଼ିବାପରେ ତା’ଭିତରେ ସହଜରେ ଲୁଣ ପଶିପାରେ ନାହିଁ। ଫଳତଃ ତରକାରୀରେ ଆଳୁ ଅଲଣା ଲାଗିଥାଏ।

ସମ୍ବନ୍ଧିତ ଖବର