ଏହି ସରଳ ଉପାୟରେ କରନ୍ତୁ ଅର୍ଥ ସଞ୍ଚୟ, ଅଜାଣତରେ ହୋଇ ସାରିଥିବେ ଅଜସ୍ର ଅର୍ଥର ମାଲିକ

ଅର୍ଥଶାସ୍ତ୍ର ରଚୟିତା ତଥା ମହାନ ପଣ୍ଡିତ ଚାଣକ୍ୟ କହିଛନ୍ତି କି ଆୟଠାରୁ ବ୍ୟୟ ଅଧିକ କରୁଥିବା ବ୍ୟକ୍ତି କିମ୍ବା ବିଲ୍‌କୁଲ୍‌ ବି ସଞ୍ଚୟ କରୁନଥିବା ବ୍ୟକ୍ତି ନିର୍ବୋଧ ହୋଇଥାନ୍ତି। ସେମାନେ ମୁଣ୍ଡରେ ବିପଦ ଥୋଇ ଜୀବନ ଅ୍ରତିବାହିତ କରନ୍ତି। ରୋଜଗାର ଯେତେ ବି କମ୍‌ ହେଉ ସଞ୍ଚୟ କରିବା ବ୍ୟକ୍ତି ପକ୍ଷେ ଅନିବାର୍ଯ୍ୟ ହୋଇଥାଏ। ନହେଲେ କେଉଁ ମୁହୂର୍ତ୍ତରେ କ’ଣ ଅସୁବିଧା ଭୋଗିବାକୁ ପଡ଼ିପାରେ ତାହା କେହି ଜାଣେନା। ମାତ୍ର ଗୋଟାଏ ବିରାଟ ସମସ୍ୟା ହେଉଛି ଏହି ସଞ୍ଚୟ କଳା ସମସ୍ତଙ୍କ ନିକଟରେ ନଥାଏ। ଅନେକ ଲୋକଙ୍କ ପାଖରେ ପ୍ରଯ୍ୟାପ୍ତ ପରିମାଣର ଅର୍ଥ ଥାଇ ବି ସେମାନେ ସଞ୍ଚୟ କରିପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି କୌଶଳ ବତାଇବୁ ଯାହା ଦ୍ୱାରା ଆପଣ ଅର୍ଥ ସଞ୍ଚୟ କରିବାରେ ସମର୍ଥ ହେବେ।

କିଛି ଲୋକ ଭାବନ୍ତି କି ଏକା ଥରକେ ବେଶି ପରିମାଣରୁ ଅର୍ଥ ସଞ୍ଚୟ କରିବା ଆରମ୍ଭ କରିବେ। ଏପରି ଚିନ୍ତା କରି କରି ବେଳ ଗଡ଼ି ଚାଲେ ସିନା ସଞ୍ଚୟ କିନ୍ତୁ ହେହାଇପାରେନା। ଖୁବ୍‌ କମ୍‌ ପରିମାଣ ହେଲେ ବି ସଞ୍ଚୟ କରିବା ତୁରନ୍ତ ଆରମ୍ଭ କରିଦିଅନ୍ତୁ। ସେ କମ୍‌ ପରିମାଣ ଦିନେ ବେଶି ହୋଇ ଆପଣଙ୍କୁ ଉତ୍ସାହିତ କରିବ।

ଅନେକ ଲୋକ ସଞ୍ଚୟ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ରଖିଥାନ୍ତି। ମାସର ସେହି ମାସ ନ ଆସିଲା ପର୍ଯ୍ୟନ୍ତ ସଞ୍ଚୟ କରିନଥାନ୍ତି। ଏପରି କରିବା ଦ୍ୱାରା ଅନେକ ସମୟରେ ଆମର ବଳକା ଅର୍ଥ ଅଯଥାରେ ଖର୍ଚ୍ଚ ହୋଇଯାଏ। ସଞ୍ଚୟ ପାଇଁ କୌଣସି ତାରିଖ ରଖିବାର ଆବଶ୍ୟକତା ନାହିଁ।

ଅଧିକାଂଶ ସମୟରେ ଏପରି ଘଟେ ବଜାରରେ କିଛି କିଣିଲା ପରେ ଯଦି ଅଖାଡୁଆ ଅଙ୍କର ଟଙ୍କା ଦେବାକୁ ଦୋକାରୀ କୁହନ୍ତି ତ ଆମେ ତାହାକୁ ରାଉଣ୍ଡ୍‌ କରି ୧୦୦, ୫୦୦, ୧୦୦୦ ଆଦି କରି ଅଯଥା ଜିନିଷ କିଣିଥାନ୍ତି। ମାତ୍ର ଏପରି କରିବା ଦ୍ୱାରା ବଦ ଖର୍ଚ୍ଚ ବୃଦ୍ଧି ପାଇଥାଏ। ଏହା ସଞ୍ଚୟକୁ ପ୍ରଭାବିତ କରେ।

ଦିନକୁ, ସପ୍ତାହକୁ, ମାସକୁ ଅବା ବର୍ଷକୁ କିଛି ନା କିଛି ସଞ୍ଚୟ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଟଙ୍କା ବଳିଲେ ରଖିବେ ବୋଲି ଚିନ୍ତା ନକରି ବରଂ ସଞ୍ଚୟ ପରେ ବଳକା ଟଙ୍କାକୁ ଖର୍ଚ୍ଚ କରିବା ଚିନ୍ତା କରିବା ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ।

 

ସମ୍ବନ୍ଧିତ ଖବର