ସୁଖରେ ରହିବା ପାଇଁ ଚାଣକ୍ୟଙ୍କ ଗୋପନ ମନ୍ତ୍ର!

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ ସୁଖୀ ଜୀବନ ଅତିବାହିତ କରିବାକୁ ହେଲେ ଆମକୁ କ’ଣ ସବୁ କରିବାକୁ ହେବ। ସୁଖ ଏକ ପଦାର୍ଥ ନୁହେଁ; ତାହା ବଜାରରୁ କିଣାଯାଇ ପାରେନା। ସେଥିପାଇଁ ନିଜକୁ ସୁଧାରିବାକୁ ପଡ଼େ। ତେବେ ଚାଲନ୍ତୁ ଜାଣିବା ମହାନ ପରାମର୍ଶଦାତା ଚାଣକ୍ୟଙ୍କ କହିବା ଅନୁଯାୟୀ କ’ଣ ସବୁ ସୁଖର ଆଧାର।

ପ୍ରତ୍ୟେକଙ୍କ ଜୀବନରେ ଏମିତି କେହି ଥାଆନ୍ତି ଯାହାଙ୍କ ସହ ସବୁକିଛି ବାଣ୍ଟି ହୁଏ। ସୁଖ ବି ଦୁଃଖ ବି। ସେହି ଲୋକଙ୍କ ସହ ମନଖୋଲା କଥା ହୁଅନ୍ତୁ। ଦେଖିବେ ସୁଖ ସିନ୍ଧୁକର ଚାବି ସେଇଠୁ ମିଳିବ।

ଯଦି ଆପଣଙ୍କର କିଛି ଆର୍ଥିକ ଅସ୍ୱଚ୍ଛଳତା ରହିଛି ତେବେ ସମସ୍ତଙ୍କ ଆଗରେ ଡେଙ୍ଗୁରା ପିଟି କହନ୍ତୁ ନାହିଁ। ଏହା ପରବର୍ତ୍ତୀ ମୁହୂର୍ତ୍ତରେ ଦୁଃଖର କାରଣ ହୋଇଥାଏ। ସେ ସମୟରେ ଲୋକେ କେବେ ବି ସହାୟତାର ହାତ ବଢ଼ାନ୍ତି ନାହିଁ।

ନିଜର ବ୍ୟକ୍ତିଗତ ସମସ୍ୟା, ଅପମାନ, ସଫଳତା ପୂର୍ବ ପ୍ରକ୍ରିୟା ଆଦି ଅନ୍ୟକୁ କହବା ବୋକାମୀ ହୋଇଥାଏ। ସେପରି ବୋକାମୀ ଆଦୌ କରନ୍ତୁ ନାହିଁ।

ସମେସ୍ତ ଜାଣନ୍ତି ସ୍ୱଳ୍ପେ ସନ୍ତୁଷ୍ଟ ରହିବାରେ ହିଁ ସୁଖ ଥାଏ। ମାତ୍ର ଆଜିକାଲି ସ୍ୱଳ୍ପରେ ସନ୍ତୁଷ୍ଟ ରହିବା ଏକ ପ୍ରକାରର ଅସମ୍ଭବ। ତେଣୁ ଆପଣଙ୍କର ଯେତିକି ଆବଶ୍ୟକ ତାକୁ ପାଇବା ପାଇଁ ତା’ଠାରୁ ଅଧିକ ପରିଶ୍ରମ କରନ୍ତୁ। ଚାନ୍ଦ ପାଇଁ କାମ କଲେ ତାରାଟିଏ ତ ମିଳିବ।

ସମ୍ବନ୍ଧିତ ଖବର