ସ୍ବାବଲମ୍ବନ ସୂତ୍ର : ୩ ଲକ୍ଷ ଟଙ୍କା ଖଟାନ୍ତୁ ଓ ଟିକିଏ ପରିଶ୍ରମ କରନ୍ତୁ, ହୋଇପାରିବେ କୋଟିପତି

ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ତାହାହେଲେ ଟୋଫୁ ଅର୍ଥାତ ସୋୟା ପନିରର ପ୍ଲାଣ୍ଟ ସ୍ଥାପନ ଫାଇଦା ଦେଇପାରେ।  କାରଣ ସୋୟା ପନିର ପ୍ରସ୍ତୁତ କରିବାରେ କିଛି ପରିଶ୍ରମ ଓ ଉଚିତ ବ୍ୟବସାୟିକ ବୁଦ୍ଧି ଖଟାଇବା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି କରିପାରିବେ। ପାଖାପାଖି ୩ରୁ ୪ ଲକ୍ଷ ଟଙ୍କାର ନିବେଶ କରି କିଛି ମାସ ମଧ୍ୟରେ ଆପଣ ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ।  ପ୍ରଗତିର ଏହି ଧାରା ଯଦି ଅବ୍ୟାହତ ରହିବ ତେବେ ଆପଣ କୋଟିପତି ମଧ୍ୟ ହୋଇଯାଇପାରିବେ।

ଜାଣନ୍ତୁ କେମିତି ଆରମ୍ଭ କରିବେ ବ୍ୟବସାୟ 
ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ୩ରୁ ୪ ଲକ୍ଷ ଟଙ୍କାର ଯୋଗାଡ କରନ୍ତୁ । ଏହାପରେ ମେସିନ ଓ ପ୍ରସ୍ତୁତ ସାମଗ୍ରୀ କିଣନ୍ତୁ ।୨ ଲକ୍ଷ ଟଙ୍କାରେ ବୟଲର, ଜାର, ସେପାରେଟର, ଛୋଟ ଫ୍ରୀଜର ଆଦି ସାମଗ୍ରୀ କିଣିବାକୁ ପଡିବ । ଏହାପରେ ଏକ ଲକ୍ଷ ଟଙ୍କାରେ ସୋୟାବିନ କିଣିବାକୁ ପଡିବ। ସୋୟା ପନିର ପ୍ରସ୍ତୁତ ପାଇଁ ପ୍ରଥମେ ସୋୟା କ୍ଷୀର ପ୍ରସ୍ତୁତ କରିବାକୁ ପଡିବ | ପ୍ରଥମେ ସୋୟାବିନକୁ ଚୁନା କରି ଏଥିରେ ୧:୭ ଅନୁପାତରେ ପାଣି ସହ ମିଶାଇବେ। ଏହି ମିଶ୍ରଣକୁ ଗରମ କରି ଫୁଟାଇବେ। ବୟଲର ଓ ଗ୍ରାଇଣ୍ଡରରେ ଏକ ଘଣ୍ଟାରେ ୪ରୁ ୫ ଲିଟର ସୋୟା କ୍ଷୀର ମିଳିବ।

Youtube

ଏହାପରେ ଏହି କ୍ଷୀରକୁ ସେପାରେଟରରେ ପକାଇବେ। ଏହି ମେସିନରେ କ୍ଷୀର ଦହି ଭଳି ମୋଟା ହୋଇଯିବ, ଆଉ ଅନାବଶ୍ୟକ ପାଣି ବାହାରିଯିବ। ପାଖାପାଖି ୧ ଘଣ୍ଟା ପ୍ରକ୍ରିୟା ପରେ ୩ କିଲୋ ପନିର ମିଳିଯିବ। ଟୋଫୁର ବଜାରରେ କିଲୋ ପିଛା ୨୦୦ରୁ ୨୫୦ ଗ୍ରାମ ମୂଲ୍ୟ ରହିଛି । ଆପଣଙ୍କୁ ୧ କିଲୋଗ୍ରାମ ସୋୟାବିନରୁ ୨.୫ କିଲୋଗ୍ରାମ ପନିର ମିଳିଯିବ, ଯାହାର ମୂଲ୍ୟ ୫୦୦ ଟଙ୍କା ହିସାବ କଲେ ଯଦି ଆପଣ ଦିନକୁ ଦଶ କିଲୋ ପନିର ପ୍ରସ୍ତୁତ କରୁଛନ୍ତି ୨ ହଜାର ଟଙ୍କା ପାଇବେ। ଯଦି ଏଥିରୁ ୫୦ ପ୍ରତିଶତ ବିଜୁଳି ଖର୍ଚ୍ଚ, ଶ୍ରମିକ ଖର୍ଚ୍ଚ ବି ବାଦ ଦିଆଯାଏ ତଥାପି ବି ଆପଣ ୩୦ ହଜାର ଟଙ୍କାର ଲାଭ ପାଇବେ। ତେଣୁ ଦିନକୁ ଯେତିକି ପନିର ପ୍ରସ୍ତୁତ କରିବେ ସେତେ ଅଧିକ ଲାଭ ପାଇବେ।

ସମ୍ବନ୍ଧିତ ଖବର