ଘଡ଼ଘଡ଼ି ଓ ବିଜୁଳି ମାରିବା ସମୟରେ କେଉଁ କାମ କରିବା ଉଚିତ ଓ କେଉଁଟା ଅନୁଚିତ ଜାଣନ୍ତୁ

ନୂଆଦିଲ୍ଲୀ: ମଇ ୩ ତାରିଖ ଅର୍ଥାତ୍‌ ଗତ ରବିବାର ଉତ୍ତରରୁ ନେଇ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ହୋଇଥିବା କାଳବୈଶାଖୀରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ଏହି କାଳବୈଶାଖୀ ତାଣ୍ଡବରେ ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି।

ପାଗ ଖରାପ ରହିଥିଲେ ପାଣିପାଗ ବିଭାଗ ଏ ନେଇ ସତର୍କ ସୂଚନା ମଧ୍ୟ ଜାରି କରି ଥାଆନ୍ତି। ବର୍ଷା ସମୟରେ ଘଡ଼ଘଡ଼ି ଓ ବିଜୁଳି ମାରୁଥିବା ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। ତେବେ କେବଳ ଯେ ଏହି ସମୟରେ ଘରୁ ନବାହାରିଲେ ସୁରକ୍ଷିତ ରହିବେ ତାହା ନୁହେଁ। ଘର ଭିତରେ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆସନ୍ତୁ ଜାଣିବା।

ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ…

୧. ପାଓ୍ଵର କିମ୍ବା ଟେଲିଫୋନ୍‌ ଲାଇନ୍‌ରୁ ଦୂରେଇ ରୁହନ୍ତୁ।

୨. ବିଜୁଳି ଉପକରଣକୁ ସ୍ପର୍ଶ କରନ୍ତୁ ନାହିଁ।

୩. ମେଟାଲ ସାମଗ୍ରୀକୁ ବ୍ୟବହାର କରନ୍ତୁ ନାହିଁ।

୪. ଏତଦ୍‌ବ୍ୟତୀତ  ବାହାରେ ଯେତେବେଳେ ଘଡ଼ଘଡ଼ି ବିଜୁଳି ମାରୁଛି ସେତେବେଳେ ଘର ଭିତରେ ଗାଧୋଇବା, ବାସନ ଧୋଇବା ଆଦି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ। କାରଣ ଏହି ସମୟରେ ପାଣିର କାମ ବିପଦପୂର୍ଣ୍ଣ ହୋଇଥାଏ। ଘର ଭିତରେ ବି ଆପଣଙ୍କୁ ବିଜୁଳିର ଝଟକା ଅନୁଭବ ହୋଇପାରେ।

ନ୍ୟାସନାଲ େଓ୍ଵଦର ସର୍ଭିସ୍‌ର ଲାଇଟିଙ୍ଗ ସେଫଟି ବିଶେଷଜ୍ଞ ଜନ୍‌ ଜେନ୍ସେନିୟମ କହନ୍ତି, ଆକାଶରେ ବିଜୁଳି ମାରିବା ପରେ ଏହା ଯଦି କୌଣସି କୋଠା କିମ୍ବା ଘରେ ଧକ୍କା ଖାଏ ସେତେବେଳେ ସେଥିରେ ଥିବା କରେଣ୍ଟ ଆପଣଙ୍କ ଘରର ପାଇପ୍‌ କିମ୍ବା ପାଣି ଜରିଆରେ ଆସିଥାଏ। ଏହି ସମୟରେ ଯଦି ଆପଣ ଏହାକୁ ସ୍ପର୍ଶ କରିବେ ତେବେ ବିଜୁଳିର ଝଟକା ଆପଣ ଜୀବନ ନେବାର ଅନେକ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର