ଜାଣନ୍ତୁ କେମୋଥେରାପି ନେବା ପରର ପାର୍ଶ୍ୱ ପ୍ରଭାବ ବିଷୟରେ

କର୍କଟ ଏକ ଏଭଳି ରୋଗ ଯାହା ଧିରେ ଧିରେ ଏବେ ଭାରତର ଲୋକମାନଙ୍କୁ କବଳିତ କରିବାରେ ଲାଗିଛି । ପ୍ରତିବର୍ଷ ଏକାଧିକ ଲୋକ ଏହି ରୋଗର ଶିକାର ହୋଇ ମୃତ୍ୟୁବରଣ କରିବା ସହ କିଛି ଲୋକ ପ୍ରତିକାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଖାସ୍‌ କରି କର୍କଟ ରୋଗ ହେଲେ ଡ଼ାକ୍ତର କେମୋଥେରାପି ନେବା ପାଇଁ କହିଥାନ୍ତି । କିନ୍ତୁ ଏହାକୁ ନେବା ପରେ ଶରୀର ଉପରେ ଅନେକ ପ୍ରକାରର ପାର୍ଶ୍ୱ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ……

୧. କେମୋଥେରାପି ଦ୍ୱାରା ଶରୀରର କୋଷିକାଗୁଡ଼ିକୁ ଶେଷ କରାଯାଇଥାଏ । ଯାହାକୁ ପୁଣି ଥରେ ବଢ଼ିବା ପାଇଁ ୫-୬ଦିନ ସମୟ ଲାଗିଥାଏ । ଏହି ସମୟ ମଧ୍ୟରେ ରୋଗୀ ଥକିବା ଭଳି ଅନୁଭବ କରିବା ସହ ହାତ ଗୋଡ଼ ବିନ୍ଧିବାକୁ ଲାଗିଥାଏ । ରୋଗୀ ନୂଆ କୋଷିକା ବଢ଼ିବା ପର୍ଯ୍ୟନ୍ତ ଏହି ଯନ୍ତ୍ରଣା ଅନୁଭବ କରିଥାଏ ।

nari.punjabkesari.in

୨. କେମୋଥେରାପି ସମୟରେ କେଶ ଝଡ଼ିବାକୁ ଲାଗିଥାଏ । କିନ୍ତୁ ଥେରାପି ଶେଷ ହେବା ପରେ କେଶ ପୁଣି ଉଠିବାକୁ ଲାଗିଥାଏ । କେଶକୁ ଶୀଘ୍ର ବଢ଼ାଇବା ପାଇଁ ଚାହୁଁଥିଲେ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ।

୩. କେମୋଥେରାପି ନେବା ଦ୍ୱାରା ମୁହଁରେ ଅନେକ ପ୍ରକାରର ଦାଗ ହୋଇ ଯାଇଥାଏ ।

୪. କେମୋଥେରାପି ଦ୍ୱାରା ରକ୍ତ ସଂକ୍ରମଣ ହେବା ସହ ତ୍ୱଚା ସଂକ୍ରମଣ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

୫. କେମୋଥେରାପି ଏବଂ ବିଭିନ୍ନ ଔଷଧ ଖାଇବା ଦ୍ୱାରା ନିଦ୍ରାହୀନତାର ସମସ୍ୟା ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ନିଦ ବଟିକା ନ ଖାଇ ନିଜ ଡ଼ାକ୍ତରଙ୍କୁ ସଂପର୍କ କରନ୍ତୁ ।

nari.punjabkesari.in
ସମ୍ବନ୍ଧିତ ଖବର