ଅଣଦେଖା କରନ୍ତୁ ନାହିଁ! ଏହା ହେଉଛି ପାକସ୍ଥଳୀ କ୍ୟାନ୍‌ସର୍‌ର ୫ଟି ଲକ୍ଷଣ

ଜାଣନ୍ତୁ, ପାକସ୍ଥଳୀ ବା ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସରର କାରଣ ଓ ପ୍ରତିଷେଧକ ବିଷୟରେ…

ଖରାପ ହୋଇଯାଇଥିବା କୋଷଗୁଡ଼ିକୁ ଦୀର୍ଘ ସମୟ ଧରି ପେଟରେ ରହିଲେ କ୍ୟାନ୍‌ସର ହେବାର ଆଶଙ୍କା ହୋଇଥାଏ। ଏହାକୁ ପାକସ୍ଥଳୀ କ୍ୟାନ୍‌ସର୍‌ ବା ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର୍‌ କୁହାଯାଏ। ଯଦି ସମୟ ଥିବା ଭିତରେ ଏହାର ପ୍ରତିକାର କରାଯାଏ ତା’ହେଲେ ରୋଗୀକୁ ବଞ୍ଚାଯାଇ ପାରିବ। ଗ୍ୟାଷ୍ଟ୍ରୋଲୋଜି ଡାକ୍ତରଙ୍କ କହିବା ଅନୁଯାୟୀ ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର୍‌ର କାରଣ ଓ ପ୍ରତିଷେଧକର ଟିପ୍ସ୍‍ ବିଷୟରେ ଜାଣନ୍ତୁ…।

 

ପାକସ୍ଥଳୀ ବା ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର୍‌ର କାରଣ କ’ଣ?
ଧୂମପାନ: ଧୂମପାନ କରୁଥିବା ବ୍ୟକ୍ତିଙ୍କ ପେଟର କୋଷଗୁଡ଼ିକ ନଷ୍ଟ ହେବାର ବହୁ ଆଶଙ୍କା ଥାଏ। ଏହା ପାକସ୍ଥଳୀ କ୍ୟାନ୍‌ସରର କାରଣ ହୋଇଥାଏ।

ପେଟରେ ଅସ୍ତ୍ରୋପଚାର: କୌଣସି କାରଣରୁ ପେଟରେ ଅସ୍ତ୍ରୋପଚାର ହୋଇ କିଛି ତୃଟି ପରିଲକ୍ଷିତ ହେଲେ ସେହି କାରଣରୁ କେବେ କେମିତି ପେଟ କ୍ୟାନ୍‌ସରର ଆଶଙ୍କା ବି ଦେଖାଯାଏ।

ଖାଦ୍ୟ: ଖାଦ୍ୟରେ ଅଧିକ ମାତ୍ରାରେ ରୋଷ୍ଟେଡ୍‌ (ପୋଡା) ମାଂସ ଖାଇବା ଦ୍ୱାରା କୋଷରେ କ୍ୟାନ୍‌ସର୍‌ ହେବାର ଆଶଙ୍କା ବଢ଼ିଯାଏ।

ଫ୍ୟାମିଲି ହିଷ୍ଟ୍ରି: ବ୍ଲଡ୍‌ ରିଲେସନ୍‌ ବା ପରିବାରର କୌଣସି ବ୍ୟକ୍ତିଙ୍କୁ ପାକସ୍ଥଳୀ କ୍ୟାନ୍‌ସର୍‌ ଥିଲେ, ତାହା ଜେନେଟିକ୍‌ ରୂପରେ ଆସନ୍ତା ପିଢ଼ିକୁ ବି ଆସିପାରେ।

ପାକସ୍ଥଳୀ ବା ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର୍‌ର ଲକ୍ଷଣ କ’ଣ?
ଖାଇ ସାରିଲା ପରେ ସବୁବେଳେ ପେଟ ଫୁଲିଯିବା। ଭୋକ ନ ଲାଗିବା। ବାରମ୍ବାର ବାନ୍ତି ହେବା। ଦୁର୍ବଳ ଓ କ୍ଲାନ୍ତ ହେବା। ଶୀଘ୍ର ଓଜନ କମିଯିବା। ଲମ୍ବା ସମୟ ଧରି ପେଟରେ ଦରଜ ରହିବା।

ସମ୍ବନ୍ଧିତ ଖବର