ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ସମୟରେ ଏହା ସବୁ ଦେଖୁଥାନ୍ତି ତେବେ ସୌଭାଗ୍ୟ ଲାଭ ହେବ

କୁହାଯାଏ ଯେ ସୌଭାଗ୍ୟ ସମସ୍ତଙ୍କୁ ପ୍ରାପ୍ତ ହୁଏ ନାହିଁ। କେବଳ ବଛା ବଛା କିଛି ଲୋକଙ୍କର ଭାଗ୍ୟ ତାଙ୍କ ସାଥ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ କେଉଁ ସବୁ ଜିନିଷ ଦେଖିବା ଶୁଭ ହୋଇଥାଏ। ଯଦି ଆପଣ ଏପରି କିଛି ଦେଖୁଛନ୍ତି ତେବେ ଖୁବ୍‌ ଶୀଘ୍ର ସୌଭାଗ୍ୟ ଲାଭ ହେବ ବୋଲି ନିଶ୍ଚିତ ହୁଅନ୍ତୁ।

ଯଦି ଆପଣ ସକାଳୁ ଉଠିବା ମାତ୍ରେ ଫାଳ ନଡ଼ିଆ ଦେଖୁଛନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଯେ ଦିନଟି ଖୁବ୍‌ ଭଲରେ କଟିବ। ଫାଳ ନଡ଼ିଆ ଦେଖିବା ଶୁଭଙ୍କର ହୋଇଥାଏ।

ଯଦି ଆପଣଙ୍କ ବାଡ଼ି କିମ୍ବା ବଗିଚାରେ ଗୋରୁ ଚରିବାାର ଦୃଶ୍ୟ ଦେଖୁଛନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଖୁବ୍‌ କମ୍‌ ଦିନ ମଧ୍ୟରେ ଧନବାନ୍‌ ହୋଇପାରନ୍ତି।

ସ୍ୱପ୍ନରେ ସାପ ଦେଖିବା ଅତ୍ୟନ୍ତ ଭାଗ୍ୟର କଥା। କେହି କେହି ସ୍ୱପ୍ନ ଦେଖିବା ପରେ ଭୟଭୀତ ହୋଇଥାନ୍ତି। ମାତ୍ର ଏହା ଏକ ଭଲ ସ୍ୱପ୍ନ ହୋଇଥାଏ।

ଯଦି ଘରୁ ବାହାରକୁ ଯିବା ସମୟରେ ବାଟରେ ସାପ, ମାଙ୍କଡ଼ କିମ୍ବା ହଳଦୀବସନ୍ତ ଦେଖନ୍ତି ତାହାଲେ ଜାଣିରଖନ୍ତୁ ଯେ ନୋହିଳା କାମ ହୋଇ କି ରହିବ।

ସ୍ୱପ୍ନରେ କୌଣସି କ୍ଷୀର ଜାତିୟ ଜିନିଷକୁ ଦେଖିଲେ ଧନ ଲାଭ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

ସେହି ପରି ସୁସଜ୍ଜିତ ବିବାହିତା ସଧବା ମହିଳାଙ୍କୁ ଦେଖିବା ବି ଭଲ ହୋଇଥାଏ। କୌଣସି କାର୍ଯ୍ୟରେ ଯିବା ବାଟରେ ଦେଖିଲେ ସଫଳତା ମିଳିଥାଏ।

ଯଦି କେଉଁ ରାତିରେ କୁଆଁତାରା ଦେଖି କିଛି ମନ କଥା ମାଗନ୍ତି ତେବେ ବିଶ୍ୱାସ ରହିଛି ଯେ ମାଗିବାର ମାସେ ଭିତରେ ସୁଫଳ ମିଳିବ।

 

ସମ୍ବନ୍ଧିତ ଖବର