ପ୍ରଦୂଷିତ ବାୟୁମଣ୍ତଳରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ

ବାୟୁମଣ୍ତଳ ପ୍ରଦୂଷଣ ସମସ୍ୟା ଶୀତଦିନେ ଅଧିକ। କାରଣ ଏହି ସମୟରେ ଥଣ୍ତା ପବନ ବହେ, ବାୟୁମଣ୍ତଳରେ ଆର୍ଦ୍ରତା କମିଯାଏ ଓ ପରିବେଶ ଶୁଷ୍କ ରହେ। ଶୁଷ୍କ ପରିବେଶ କାକର ଓ କୁହୁଡ଼ି ସମସ୍ୟା ସୃଷ୍ଟି କରେ। ଧୂଳି, ଧୂଆଁ, ଯାନବାହନ ତଥା କଳକାରଖାନାରୁ ଉତ୍ସର୍ଜିତ ବିଷାକ୍ତ ବାଷ୍ପ କୁହୁଡ଼ିରେ ମିଶିବା ଦ୍ବାରା ପରିବେଶ ଅଧିକ ପ୍ରଦୂଷିତ ହୁଏ। ଏବେ ବାୟୁମଣ୍ତଳ ପ୍ରଦୂଷଣ ସମସ୍ୟା କେବଳ ସହର କି˚ବା ଶିଳ୍ପ ନଗରୀରେ ସୀମିତ ନାହିଁ, ସବୁଆଡ଼କୁ ବ୍ୟାପିଲାଣି। ଏ ଭଳି ପ୍ରଦୂଷିତ ପରିବେଶ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ସର୍ବାଧିକ କ୍ଷତିହୁଏ ଶ୍ବାସନଳି ଓ ଫୁସ୍‌ଫୁସ୍‌। ପ୍ରଦୂଷିତ ବାୟୁମଣ୍ତଳରୁ ନିଜକୁ ସୁରକ୍ଷିତ ରଖିବାର ପ୍ରଥମ ଓ ବଡ଼ ଉପାୟ ହେଉଛି ମାସ୍କ ବ୍ୟବହାର। ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ। ଅଧିକ ସମୟ ବୁଲିବାକୁ ପଡ଼ୁଥିଲେ, ଘରୋଇ ଉପଚାର କରନ୍ତୁ; କଫ, ଛାତି ବ୍ୟଥା, ଅଣନିଃଶ୍ବାସୀ ଭଳି ସମସ୍ୟା ଥିଲେ ଦୂର ହେବ। ନାକ ବାଟେ ଫୁଟନ୍ତା ପାଣିର ବାମ୍ଫ ଟାଣନ୍ତୁ। ମହୁ ମିଶ୍ରିତ ସବୁଜ ଚାହା ପିଅନ୍ତୁ। ଏହାର ଏଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ଶ୍ବାସନଳି ଓ ଫୁସ୍‌ଫୁସ୍‌କୁ ସକ୍ରିୟ ରଖେ। ଅଣନିଃଶ୍ବାସୀ ଲାଗେ ନାହିଁ। ଘର ଚଟାଣରେ ପଡ଼ିଥିବା ପାପୋଚ୍ଛ, ଥାକ, ବହି ଓ ଅନ୍ୟାନ୍ୟ ଆସବାବପତ୍ରଗୁଡ଼ିକୁ ଝାଡ଼ି ସଫା କରନ୍ତୁ।

ସମ୍ବନ୍ଧିତ ଖବର