ଯଦି ପ୍ରଥମ ହୃଦ୍‌ଘାତରୁ ରକ୍ଷା ପାଇଛନ୍ତି, ଦ୍ୱିତୀୟକୁ କରନ୍ତୁ ନା! ଆପଣାନ୍ତୁ ଏହି ୫ଟି ସରଳ ଉପାୟ

ପ୍ରଥମ ଥର ହୃଦ୍‌ଘାତରୁ ବର୍ତ୍ତିବା ନିଶ୍ଚିତ ଭାବରେ ସୌଭାଗ୍ୟର କଥା। କିନ୍ତୁ ବେେଳେ ବେଳେ ଦ୍ୱିତୀୟ ହୃଦ୍‌ଘାତ ଘାତକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ ଥରଟିଏ ହୃଦ୍‌ଘାତର ଶିକାର ହୋଇସାରିଛନ୍ତି, ତେବେ ଦ୍ୱିତୀୟଟି ଯେଭଳି ନ ଆସୁ ସେ ଦିଗରେ ଉଦ୍ୟମ କରନ୍ତୁ। ଆସନ୍ତୁ ଜାଣିବା କିପରି ଆପଣ ଦ୍ୱିତୀୟ ହୃଦ୍‌ଘାତକୁ ଦୂରେଇ ରଖିପାରିବେ। ଏଥିଲାଗି ଆପଣଙ୍କୁ କିଛି ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

onlymyhealth.com

୧- ଧୂମପାନ ଆପଣଙ୍କ ହୃତ୍‌ପିଣ୍ଡର ୧ ନମ୍ବର ଶତ୍ରୁ। ଧୂମପାନ ଛାଡ଼ନ୍ତୁ। ଏହା ହୃଦ୍‌ଘାତ ଆଶଙ୍କାକୁ ୫୦ ପ୍ରତିଶତ କମାଇବ। ଯଦି ଧୂମପାନ କରୁ ନାହାନ୍ତି, ତେବେ ଅନ୍ୟ ଜଣେ ଧୂମପାନ କରୁଥିବା ସମୟରେ ତା’ଠାରୁ ଦୂରରେ ରହନ୍ତୁ। କାରଣ ପରୋକ୍ଷ ଧଊମପାନ ବି କ୍ଷତିକାରକ ହୋଇଥାଏ।

onlymyhealth.com

୨-ଖାଦ୍ୟକୁ ଜଗନ୍ତୁ। ସୁସ୍ଥ ହୃତପିଣ୍ଡ ଲାଗି ସ୍ୱାସ୍ଥ୍ୟପ୍ରଦ ଓ ସନ୍ତୁଳିତ ଆହାରଜରୁରୀ। ଫଳ,ପନିପରିବା,ଡାଲି ଓ ମାଛ ଆଦି ନିୟମିତ ଖାଦ୍ୟରେ ସାମିଲ କରନ୍ତୁ।

Man running in New York

୩- ବ୍ୟାୟାମ ଏକ ମହୋଷଧୀ। ହୃଦ୍‌ଘାତରୁ ଦୂରେଇ ରହିବା ଲାଗି ଦୈନିକ ଅତିକମ୍‌ରେ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ। ଏଥିରୁ ୨୦ ମିନିଟ୍‌ ଜୋରଦାର ବ୍ୟାୟାମ୍‌ କରିପାରନ୍ତି। ଏହା ଦ୍ୱାରା ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ ଠିକ୍‌ ହୋଇଥାଏ।

onlymyhealth.com

୪- ହୃଦଘାତକୁ ନା କହିବାକୁ ହେଲେ ଶରୀରରୁ କୋଲୋଷ୍ଟେରଲ୍‌ ପରିମାଣ କମାଇବା ଜରୁରୀ। ଏଥିପାଇଁ ଚର୍ବି ସୃଷ୍ଟି କାରୀ ଖାଦ୍ୟରୁ ଯଥା ସମ୍ଭବ ଦୂରେଇ ରହନ୍ତୁ। ଯଦି ମଦ୍ୟପାନ କରୁଛନ୍ତି, ତେବେ ଛାଡ଼ନ୍ତୁ ଓ ଶାରୀରିକ ଭାବେ ସକ୍ରିୟ ରହନ୍ତୁ।

onlymyhealth.com

୫- ଓଜନ ବୃଦ୍ଧି ହୃଦ୍‌ଘାତର କାରଣ ହୋଇପାରେ। ତେଣୁ ମେଦବୃଦ୍ଧି ହେଲେ ଡ଼ାକ୍ତରଙ୍କ ପରାମର୍ଶ କରନ୍ତୁ। ଦ୍ୱିତୀୟ ହୃଦ୍‌ଘାତରୁ ଦୂରେଇ ରହିବା ଲାଗି ଓଜନ୍‌ କମ୍‌ କରିବା ଏକାନ୍ତ ଆବଶ୍ୟକ। ଏଥିଲାଗି ଡାକ୍ତରଙ୍କ କହିବା ଅନୁଯାୟୀ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।

ସମ୍ବନ୍ଧିତ ଖବର