ଆମ ହାତପାଆନ୍ତାରେ ଥିବା ଏହି ଶ୍ରେଷ୍ଠ ଏବଂ ଶସ୍ତା ଛଅ ଡାକ୍ତରଙ୍କୁ ଜାଣନ୍ତି କି !

ଆମେ କୌଣସି ରୋଗର ଶିକାର ହେଲେ, ଅଥବା ଦେହ ଭଲ ନ ଲାଗିଲେ, ସାଧାରଣତଃ ଡାକ୍ତରଙ୍କ ପାଖକୁ ଯାଇଥାଉ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଆମ ହାତ ପାଆନ୍ତାରେ ଏମିତି ଚିକିତ୍ସକ ଅଛନ୍ତି, ଯେଉଁମାନେ ନିଃଶୁଳ୍କ ଭାବେ ଆମର ଚିକିତ୍ସା କରାଇଥାନ୍ତି। ଆସନ୍ତୁ ଜାଣିବା ଏହି ଭଳି ଛଅ ଜଣ ଉତ୍ତମ ଚିକିତ୍ସକଙ୍କ ସଂପର୍କରେ…

ସୂର୍ଯ୍ୟ: ସୂର୍ଯ୍ୟ ହେଉଛନ୍ତି ସବୁଠାରୁ ଉତ୍ତମ ଡାକ୍ତର। କାରଣ ସୂର୍ଯ୍ୟଙ୍କ ଦ୍ୱାରା ପ୍ରଦତ୍ତ ସୂର୍ଯ୍ୟକିରଣରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଡି ଥାଏ। ଏହା କୀଟାଣୁ, ଭୂତାଣୁ ଆଦିକୁ ନଷ୍ଟ କରିଥାଏ। ଏହାର ସୌର ଶକ୍ତି ମଧ୍ୟ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ।

ଉପଯୁକ୍ତ ବିଶ୍ରାମ: ଉପଯୁକ୍ତ ବିଶ୍ରାମ କରିବା ହେଉଛି ଦ୍ୱିତୀୟ ଡାକ୍ତର। ସୁସ୍ଥ ଜୀବନ ଲାଗି ଉପଯୁକ୍ତ ବିଶ୍ରାମ ଏକାନ୍ତ ଜରୁରୀ।

ବ୍ୟାୟାମ: ତୃତୀୟ ଶ୍ରେଷ୍ଠ ଚିକିତ୍ସକ ହେଲା ବ୍ୟାୟାମ। ଆମେ ପ୍ରତିଦିନ ଅଳ୍ପ ବ୍ୟାୟାମ କରିଲେ ବି ସୁସ୍ଥ ରହିବା।

ସୁଖାଦ୍ୟ: ସୁଖାଦ୍ୟ ହେଉଛି ଚତୁର୍ଥ ଶ୍ରେଷ୍ଠ ଡାକ୍ତର। ଆମେ ଏଭଳି ଖାଦ୍ୟ ଗ୍ରହଣ କରିବା ଦରକାର, ଯେଉଁଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଓ ପ୍ରୋଟିନ୍‌ ରହିବା ଦରକାର।

ଆତ୍ମବିଶ୍ୱାସ: ଆତ୍ମବିଶ୍ୱାସ ହେଉଛି ପଞ୍ଚମ ଭଲ ଡାକ୍ତର। ନିଜ ଭିତରେ ଆତ୍ମବିଶ୍ୱାସ ରହିଲେ, ସଫଳ ହୋଇଥାଏ ମଣିଷ।

ଉତ୍ତମ ବନ୍ଧୁ: ଆବଶ୍ୟକ ସମୟରେ କାମରେ ଆସୁଥିବା ସାଙ୍ଗକୁ ଉତ୍ତମ ବନ୍ଧୁ ବୋଲି କୁହାଯାଏ। ସେ ମଧ୍ୟ ଜଣେ ଭଲ ଡାକ୍ତର। କାରଣ ଜୀବନସାରା ସେ ସହଯୋଗ କରିଥାନ୍ତି।

 

ସମ୍ବନ୍ଧିତ ଖବର