ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ପ୍ରକାରର ଉପଚାର ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ମାଲିସ୍ । ପାଦକୁ ନିୟମିତ ଭାବେ ମାଲିସ୍ କରିଲେ ପାଦର ଆକାର ସୁନ୍ଦର ହୋଇଥାଏ ଏବଂ ଲୋମଛିଦ୍ର ଖୋଲି ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ମାଲିସ୍ ପାଇଁ ମଧ୍ୟ ଉନ୍ନତମାନର ହେବା ଉଚିତ।
ପାଦର ତ୍ୱଚା ଶୁଷ୍କ ହୋଇଥିଲେ ଏକ ଚାମଚ ବଟର , ଏକ ଚାମଚ ବଟା ସେଓ ଓ ଅଧ ଚାମଚ କମଳା ରସ, ଅଧା ଚାମଚ ମହୁ, ଅଧ ଚାମଚ ପାଚିଲା ଅମୃତଭଣ୍ଡା ଇତ୍ୟାଦିକୁ ଭଲ ଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ପାଦର ତ୍ୱଚା ଉପରେ ଲେପ ଦେଇ ଭଲ ଭାବେ ମାଲିସ୍ କରନ୍ତୁ । ଶୁଷ୍କ ତ୍ୱଚା ପାଇଁ ଏହି ପ୍ରୟୋଗ ବେଶ୍ ଲାଭଦାୟକ । ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ ପାଦ ମୁଲାଲମ୍ ଓ ଆକର୍ଷଣୀୟ ଲାଗିବ ।
/sambad/media/post_attachments/wp-content/uploads/2018/06/foot-reflex-300x200.jpg)
ଯଦି ଆପଣଙ୍କ ପାଦର ତ୍ୱଚା ତୈଳାକ୍ତ, ତେବେ ଏହି ମିଶ୍ରଣରେ କୋକୋ ବଟର୍ ନ ମିଶାଇ ଅନ୍ୟ ସବୁ ମିଶାଇ ଏ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ଓ ତା’କୁ ପାଦ ଉପରେ ଲଗାନ୍ତୁ । ହଁ ଏଥିରେ ଏକ ଚାମଚ ମିଲ୍କ ପାଉଡର୍ ମିଶାଇ ପାରନ୍ତି । ଏପରି କରିପାରିଲେ, ତ୍ୱଚା ଅଧିକ ସୁନ୍ଦର ଓ ଲୋଭନୀୟ ଦିଶିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/skincarebeautymag.com_.jpg)