ଶ୍ୟାମଳପଣରୁ ମୁକ୍ତ ହେବାର ୧୦ଟି ଘରୋଇ ଉପାୟ!

ସାଧାରଣତଃ ଏବର ଚାକଚକ୍ୟ ଭରା ଜୀବନରେ ଗୋରା ଲୋକଙ୍କର ଚାହିଦା ଅଧିକ ରହିଥିବା କାରଣରୁ ପ୍ରାୟତଃ ସମସ୍ତେ ନିଜର ତ୍ୱଚାକୁ ଗୋରା ଓ ସୁନ୍ଦର କରିବାକୁ ଚହୁଁଛନ୍ତି। ଯେଉଁ କାରଣକୁ ନେଇ ସେମାନେ ଭୁଲ୍‌ ବାଟକୁ ମଧ୍ୟ ଆପଣାଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ନିଜ ତ୍ୱଚାକୁ ଗୋରା କରିବାର କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକି ବିୟୁଟି ଏକ୍ସପର୍ଟ ଶହେନାଜ୍‌ ହୁସେନ୍‌ ଜଣାଇଛନ୍ତି।
୧- ଲେମ୍ବୁର ରସ ସହିତ କଞ୍ଚା କ୍ଷୀରକୁ ମିଶ୍ରଣ କରି ହାତ ଓ ଗୋଡ଼ରେ ଲଗାଇବା ଦ୍ୱାରା ବ୍ୟକ୍ତିର ରଂଗ ଗୋରା ହୋଇଥାଏ।
୨-ଏଥିସହିତ ଆପଣ ବେସନରେ ହଳଦୀର ପାଉଡ଼ର୍‌କୁ ମିଶ୍ରଣ କରି ଲଗାନ୍ତୁ।ଏହା ଦ୍ୱାରା ତ୍ୱଚା ନରମ ହେବା ସହିତ ଶ୍ୟାମଳପଣଠୁ ମଧ୍ୟ ବଞ୍ଚାଇବ।
୩-ଏହାବ୍ୟତୀତ ଚାଉଳର ଅଟା ସହିତ ଗୋଲାପ ଜଳକୁ ମିଶାଇ ଲଗାଇଲେ ବି ବ୍ୟକ୍ତି ଗୋରା ହୋଇଥାଏ।
୪- ପୋଦିନା ପତ୍ରର ରସକୁ ହାତ-ଗୋଡ଼ରେ ଲଗାଇଲେ ବି ଶ୍ୟାମଣପଣ ଦୂର ହୋଇଥାଏ।
୫-ମସୁର ଡ଼ାଲିର ପେଷ୍ଟ୍‍ ସହିତ ଲହୁଣୀକୁ ମିଶ୍ରଣ କରି ଆପଣ ହାତ-ଗୋଡ଼ରେ ଲଗାନ୍ତୁ।ଏହା ଆପଣଙ୍କ ଶ୍ୟାମଳ ରଂଗରେ ଚମକ ଆଣିଥାଏ।
୬-ତେବେ ଓଟ୍‌ସରେ କଞ୍ଚା କ୍ଷୀରକୁ ମିଶ୍ରଣ କରି ହାତ-ଗୋଡ଼ରେ ଲଗାଇଲେ ତ୍ୱଚାର ଶ୍ୟାମଳପଣ ଦୂର ହୋଇଥାଏ।
୭-ଏହାବ୍ୟତୀତ ପାଣିରେ ବେକିଙ୍ଗ୍‌ ସୋଡ଼ାକୁ ମିଶ୍ରଣ କରି ଆପଣ ଆପଣଙ୍କ ହାତ-ଗୋଡ଼କୁ ଏଥିରେ କିଛି ସମୟ ବୁଡ଼ାଇ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚାର କଳାପଣ ଦୂର ହୋଇବ।
୮-ତେବେ ଏଲୋଭରା ଜୁସ୍‌କୁ ହାତ-ଗୋଡ଼ରେ ଲଗାଇବା ଯୋଗୁଁ ମଧ୍ୟ ବ୍ୟକ୍ତିକୁ ସନ୍‌ଟ୍ୟାନ୍‌ ଠାରୁ ମୁକ୍ତି ମିଳେ, ଯାହାକି ଶ୍ୟାମଳପଣ ଠାରୁ ବଞ୍ଚାଏ।
୯-ମହୁ ସହିତ କଞ୍ଚା କ୍ଷୀରକୁ ମିଶ୍ରଣ କରି ହାତ ଓ ଗୋଡ଼ରେ ଲଗାଇଲେ ମଧ୍ୟ ତ୍ୱଚା ମଧ୍ୟରେ ଚମକ ବଢ଼ିଥାଏ ଏବଂ ରଂଗ ବି ଗୋରା ହୁଏ।
୧୦-ଏହାବ୍ୟତୀତ କଦଳୀର ମାସ୍କ ପ୍ରସ୍ତୁତ କରି ଆପଣ ହାତ-ଗୋଡ଼ରେ ଲଗାନ୍ତୁ।ଏହାଦ୍ୱାରା ତ୍ୱଚାର ରଂଗ ଗୋରା ହେବା ସହିତ ଚମକ ମଧ୍ୟ ଆସିଥାଏ।

ସମ୍ବନ୍ଧିତ ଖବର