ଉଜ୍ୱଳ ତ୍ୱଚା ପାଇଁ ଜାଣନ୍ତୁ କେତୋଟି ଘରୋଇ ଉପଚାର

ବୟସ ବଢ଼ିବା ସହ ତ୍ବଚାର ଚମକ ଧୀରେ ଧୀରେ କମିବାରେ ଲାଗେ। କମ୍‌ ବୟସ ଥି‌େଲ ତ୍ବଚା ଯେପରି ଦିଶିଥାଏ, ବୟସ ବଢ଼ିଲେ ସେପରି ଦିଶିନଥାଏ। ତେଣୁ ବୟସ ବଢ଼ିବା ସହ ଆମକୁ ନିଜ ତ୍ବଚାର ବି ଉପଯୁକ୍ତ ଧ୍ୟା‌ନ ନେବାକୁ ପଡ଼ିବ। ସେଥିପାଇଁ ଆଜି ଆମେ ଆପଣଙ୍କ ସକାଶେ କେତୋଟି ଘରୋଇ ଉପଚାର ନେଇ କରି ଆସିଛୁ। ଯାହା ଜରିଆରେ ଆପଣ ନିଜର ସୌନ୍ଦର୍ଯ୍ୟ ଅତୁଟ ରଖିପାରିବେ।

ଆପଣ ନିଜ ମୁହଁକୁ କଅଁଳିଆ ଓ ଚମକପ୍ରଦ ରଖିବା ପାଇଁ ଦିନକୁ ଥରୁଟିଏ ଟିକିଏ ମୁଲତାନି ମାଟିରେ ସାମାନ୍ୟ ଗୋଲାପ ଜଳ ମିଶ୍ରଣ କରି ଲଗାନ୍ତୁ। ଏହା ଦ୍ବାରା ତ୍ବଚାର ଚମକ ଅତୁଟ ରହିବ।

ଘିକୁଆଁରୀ ବି ତ୍ବଚା ପାଇଁ ଖୁବ୍ ଭଲ ହୋଇଥାଏ। ଆପଣ ନିଜ ବାଡ଼ିରେ ହେଉ କିମ୍ବା କୁଣ୍ଡରେ ହେଉ ଏହି ଗଛ ଲଗାନ୍ତୁ। ପ୍ରତିଦିନ ଏଥିରୁ ଟିକେ ମୁହଁରେ ଲଗାଇ ମାଲିସ୍‌ କରନ୍ତୁ।

ଚନ୍ଦନ ମୁହଁ ପାଇଁ ଖୁବ୍ ଭଲ ହୋଇଥାଏ। ମାତ୍ର ଆଜିକାଲି ବଜାରରେ ଚନ୍ଦନ କାଠ କହି ନାନା ଅନାବନା କାଠ ବିକ୍ରି କରୁଛନ୍ତି। ଠିକ୍‌ ଚନ୍ଦନ ଲଗାଇଲେ ଚେହେରାର ଚମକ ବୃଦ୍ଧି ପାଇଥାଏ।

କଞ୍ଚା ହଳଦୀ ଯଦି ଉପଲବ୍ଧ ହେଉଛି ତେବେ ଆପଣ ତାହାକୁ ବି ମୁହଁରେ ଲଗାଇ ପାରନ୍ତି। ମାତ୍ର ମନେ ରଖନ୍ତୁ ହଳଦୀ ଲଗାଇ ଖରାକୁ ଯିବେ ନାହିଁ। ଓଲଟା ପ୍ରଭାବ ଦେଖାଇଥାଏ।

ସମ୍ବନ୍ଧିତ ଖବର