ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଞ୍ଚ ବା ଡିନର କରିବା ପରେ ଏତେ ନିଦ କେଉଁଠୁ ଆସେ କେଜାଣି, ମନ ଚାହେଁ ଶୋଇ ପଡିବାକୁ । କୌଣସି କାମରେ ମନ ଲାଗେ ନାହିଁ । କେତେକ ଲୋକ ଲଞ୍ଚ ପରେ ଅଫିସରେ ଚେୟାର ଉପରେ ଶୋଇ ଯାଆନ୍ତି ତ ଆଉ କେତେକ ଲୋକ ଘରେ ଖଟରେ ସାଙ୍ଗେସାଙ୍ଗେ ଗଡ଼ିଯାନ୍ତି । ତେବେ ଜାଣନ୍ତି କାହିଁକି ମଧ୍ୟାହ୍ନ ଭୋଜନ ପରେ ନିଦ ମାଡେ? ଏହା ବି ଆପଣଙ୍କ ଖାଦ୍ୟର ପାର୍ଶ୍ୱ ପ୍ରତିକ୍ରିୟା। ଯେଭଳି ଖାଦ୍ୟ ଖାଇବେ ସେଭଳି ସ୍ୱାସ୍ଥ୍ୟ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପନିର୍, ଛେନା, ସାମୁଦ୍ରିକ ଖାଦ୍ୟ ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତତକ୍ଷଣାତ୍ ନିଦ ମାଡ଼ି ଆସେ । ଏ ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ୍ ସକ୍ରିୟ ହୋଇଥାଏ ଓ ଧୀରେ ଧୀରେ ନିଦ ଆମକୁ କବଳିତ କରିଥାଏ । ମଧ୍ୟାହ୍ନ ଭୋଜନ ପରେ କାହିଁକି ନିଦ ମାଡେ?
ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଞ୍ଚ ବା ଡିନର କରିବା ପରେ ଏତେ ନିଦ କେଉଁଠୁ ଆସେ କେଜାଣି, ମନ ଚାହେଁ ଶୋଇ ପଡିବାକୁ । କୌଣସି କାମରେ ମନ ଲାଗେ ନାହିଁ । କେତେକ ଲୋକ ଲଞ୍ଚ ପରେ ଅଫିସରେ ଚେୟାର ଉପରେ ଶୋଇ ଯାଆନ୍ତି ତ ଆଉ କେତେକ ଲୋକ ଘରେ ଖଟରେ ସାଙ୍ଗେସାଙ୍ଗେ ଗଡ଼ିଯାନ୍ତି । ତେବେ ଜାଣନ୍ତି କାହିଁକି ମଧ୍ୟାହ୍ନ ଭୋଜନ ପରେ ନିଦ ମାଡେ? ଏହା ବି ଆପଣଙ୍କ ଖାଦ୍ୟର ପାର୍ଶ୍ୱ ପ୍ରତିକ୍ରିୟା। ଯେଭଳି ଖାଦ୍ୟ ଖାଇବେ ସେଭଳି ସ୍ୱାସ୍ଥ୍ୟ ହେବ।
ପନିର୍, ଛେନା, ସାମୁଦ୍ରିକ ଖାଦ୍ୟ ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତତକ୍ଷଣାତ୍ ନିଦ ମାଡ଼ି ଆସେ । ଏ ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ୍ ସକ୍ରିୟ ହୋଇଥାଏ ଓ ଧୀରେ ଧୀରେ ନିଦ ଆମକୁ କବଳିତ କରିଥାଏ ।
ଖାଦ୍ୟ ଗ୍ରହଣ ପରେ ଯେତେବେଳେ ହଜମ କ୍ରିୟା ଆରମ୍ଭ ହୁଏ, ସେତେବେଳେ ଆମର ପେଟକୁ ଅଧିିକ ରକ୍ତର ଆବଶ୍ୟକତା ପଡ଼େ । ହୃଦୟରୁ ଯେଉଁ ରକ୍ତ ଆସିଥାଏ, ତାହାର ୨୮ ପ୍ରତିଶତ ଯକୃତକୁ , ୨୪ ପ୍ରତିଶତ ଫୁସଫୁସକୁ,୧୫ ପ୍ରତିଶତ ମାଂସପେଶୀକୁ, ୧୪ ପ୍ରତିଶତ ମସ୍ତିଷ୍କକୁ ଓ ୧୯ ପ୍ରତିଶତ ଶରୀରର ଅବଶିଷ୍ଟ ଅଙ୍ଗକୁ ଯାଇଥାଏ । ଖାଦ୍ୟ ଗ୍ରହଣ ସମୟରେ ମସ୍ତିଷ୍କରେ ରକ୍ତର ମାତ୍ରା କମ୍ ହୋଇ ଯାଇଥାଏ, ଯେଉଁ କାରଣରୁ ବ୍ୟକ୍ତିକୁ ନିଦ ମାଡ଼ିଥାଏ ।
ମସ୍ତିଷ୍କ କାର୍ଯ୍ୟକ୍ଷମ ରହିବା ପାଇଁ ଅଧିକ ମାତ୍ରାରେ ଶକ୍ତିର ଆବଶ୍ୟକତା ରହିଛି । କିନ୍ତୁ ମଧ୍ୟାହ୍ନ ଭୋଜନ ସମୟରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇଲେ ମସ୍ତିଷ୍କକୁ ଆବଶ୍ୟକୀୟ ଶକ୍ତି ମିଳି ନଥାଏ ।