ତକିଆରେ ମୁଣ୍ଡ ନ ରଖି ଶୋଇଲେ ଦିଶିବେ ଅଧିକ ଯୁବା ,ଜାଣନ୍ତୁ ଆହୁରି ଅଧିକ ଫାଇଦା ସଂପର୍କରେ

ଅଧିକାଂଶ ଲୋକଙ୍କ ଅଭ୍ୟାସ ହେଲା ତକିଆରେ ମୁଣ୍ଡ ରଖି ଶୋଇବା । କିନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆପଣ ଯଦି ତକିଆରେ ମୁଣ୍ଡ ରଖି ନ ଶୋଇବେ, ତେବେ କେତେକ ଉପକାର ମିଳିବ ଏଥିରୁ ।

ପ୍ରଥମତଃ ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ । ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ । ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ । ଅର୍ଥାତ୍‌ ଆପଣ ୟଙ୍ଗ୍‌ ଦିଶିବେ ।

ଯେଉଁମାନେ ତକିଆରେ ମୁଣ୍ଡ ରଖି ଶୁଅନ୍ତି ନାହିଁ ସେମାନଙ୍କୁ ଭଲ ନିଦ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାଫଳରେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦିଶେ । ଖାଲି ସେତିକି ନୁହେଁ ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ । ଠିକ୍‌ ସେହିପରି ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ । କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍‌ ଦିଗରେ ରହିଥାଏ । ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତକିଆରେ ମୁଣ୍ଡ ନ ଦେଇ ଶୋଇଲେ ଆମ ହାଡ଼ ସଳଖ ରହିଥାଏ । ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ ଏବଂ ଆମେ ସୁସ୍ଥ ରହିଥାଉ । ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ । ଆମେ ଫ୍ରେସ୍‌ନେସ୍‌ ଅନୁଭବ କରୁ । ଅନିଦ୍ରାଜନିତ ରୋଗ ହେବାର ମଧ୍ୟ ଆଶଙ୍କା ହ୍ରାସ ପାଇଥାଏ ।

ସମ୍ବନ୍ଧିତ ଖବର