ଭୋଜନପରେ  କାହିଁକି  ନିଦ ମାଡେ ?

ସାଧାରଣତଃ ଖାଇବା ପରେ  ଅନେକ  ଲୋକଙ୍କୁ  ନିଦ ମାଡିଥାଏ ।  ଲଞ୍ଚ  ବା  ଡିନର କରିବା ପରେ  ଏତେ  ନିଦ କେଉଁଠୁ  ଆସେ କେଜାଣି, ମନ ଚାହେଁ  ଶୋଇ ପଡିବାକୁ । କୌଣସି କାମରେ  ମନ  ଲାଗେ ନାହିଁ । କେତେକ  ଲୋକ   ଲଞ୍ଚ  ପରେ  ଅଫିସରେ  ଚେୟାର ଉପରେ  ଶୋଇ ଯାଆନ୍ତି ତ ଆଉ କେତେକ ଲୋକ ଘରେ  ଖଟରେ ସାଙ୍ଗେସାଙ୍ଗେ ଗଡ଼ିଯାନ୍ତି  ।  ତେବେ ଜାଣନ୍ତି  କାହିଁକି  ମଧ୍ୟାହ୍ନ  ଭୋଜନ  ପରେ  ନିଦ ମାଡେ?

photo-dailymail.co.uk

ପନିର୍‌,  ଛେନା, ସାମୁଦ୍ରିକ  ଖାଦ୍ୟ  ଡାଲି ଆଦି ଖାଦ୍ୟ  ଖାଇଲେ, ଖାଇବା ପରେ  ତତକ୍ଷଣାତ୍‌  ନିଦ  ମାଡ଼ି ଆସେ ।  ଏ ସବୁ ଖାଦ୍ୟ ଗ୍ରହଣ  କରିବା ଦ୍ୱାରା  ଶରୀରର  ଶିରା ପ୍ରଶିରା  କମ୍‌ ସକ୍ରିୟ  ହୋଇଥାଏ ଓ  ଧୀରେ ଧୀରେ  ନିଦ ଆମକୁ  କବଳିତ  କରିଥାଏ ।    ଖାଦ୍ୟ ଗ୍ରହଣ  ପରେ ଯେତେବେଳେ  ହଜମ କ୍ରିୟା  ଆରମ୍ଭ ହୁଏ, ସେତେବେଳେ  ଆମର  ପେଟକୁ  ଅଧିିକ  ରକ୍ତର ଆବଶ୍ୟକତା  ପଡ଼େ ।  ହୃଦୟରୁ  ଯେଉଁ ରକ୍ତ ଆସିଥାଏ,  ତାହାର  ୨୮ ପ୍ରତିଶତ ଯକୃତକୁ , ୨୪ ପ୍ରତିଶତ ଫୁସଫୁସକୁ,୧୫ ପ୍ରତିଶତ ମାଂସପେଶୀକୁ, ୧୪ ପ୍ରତିଶତ ମସ୍ତିଷ୍କକୁ ଓ ୧୯ ପ୍ରତିଶତ ଶରୀରର ଅବଶିଷ୍ଟ  ଅଙ୍ଗକୁ ଯାଇଥାଏ ।  ଖାଦ୍ୟ ଗ୍ରହଣ  ସମୟରେ  ମସ୍ତିଷ୍କରେ  ରକ୍ତର  ମାତ୍ରା କମ୍‌ ହୋଇ ଯାଇଥାଏ, ଯେଉଁ କାରଣରୁ  ବ୍ୟକ୍ତିକୁ  ନିଦ ମାଡ଼ିଥାଏ ।     ମସ୍ତିଷ୍କ କାର୍ଯ୍ୟକ୍ଷମ  ରହିବା ପାଇଁ  ଅଧିକ ମାତ୍ରାରେ ଶକ୍ତିର ଆବଶ୍ୟକତା ରହିଛି ।  କିନ୍ତୁ  ମଧ୍ୟାହ୍ନ ଭୋଜନ  ସମୟରେ  ଅଧିକ  କ୍ୟାଲୋରିଯୁକ୍ତ ଖାଦ୍ୟ  ଖାଇଲେ  ମସ୍ତିଷ୍କକୁ  ଆବଶ୍ୟକୀୟ  ଶକ୍ତି ମିଳି ନଥାଏ ।

ଯଦି ଭୋଜନରେ ବେଶି  ମିଠା ଜିନିଷ  ଖାଉଥାଉ , ତେବେ  ଅନ୍ତ୍ୟାଶୟ  ଇନସୁଲିନ୍‌ର ଉତ୍ପାଦନ  କରିଥାଏ ।  ଏହା   ରକ୍ତରେ  ମିଶିଯାଏ ।  ଟ୍ରିପଟୋଫନ  ହେଉଛି ମସ୍ତିଷ୍କରେ  ଥିବା ଏକ  ଅମ୍ଳ  ଯାହା ପାଚନ କାର୍ଯ୍ୟକୁ  କ୍ଷିପ୍ର   କରିଥାଏ ।  ।  ଏହାର କାର୍ଯ୍ୟ କ୍ଷିପ୍ର  ହେବା କାରଣରୁ   ମଧ୍ୟାହ୍ନ  ଭୋଜନ ପରେ   ନିଦ ମାଡ଼େ ବୋଲି  କୁହାଯାଇଛି ।

ସମ୍ବନ୍ଧିତ ଖବର