ଶୋଇବା ର ଶୈଳୀ ଦୂର କରିଦିଏ ଅନେକ ରୋଗ

ଶୋଇଲେ ଦେହ ସୁସ୍ଥ ରହିଥାଏ। ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍‌ ଥିବା ଦରକାର।

 

ଠିକ୍‌ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗ ରୁ ବଞ୍ଚିପାରିବେ। ଆପଣ ଯଦି ଭୁଲ୍‌ ମୁଦ୍ରାରେ ଶୋଇବେ ତା’ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟା ର ଶିକାର ହେବେ। କେଉଁ ମୁଦ୍ରାରେ ଶୋଇଲେ କେମିତି ଲାଭ ମିଳିଥାଏ?

 

ଭଲ ହଜମ ପାଇଁ ଆପଣ ବାମ ପଟ ମାଡ଼ି ଶୋଇଲେ ଭଲ। ବାମ ପଟ ହୋଇ ଶୋଇଲେ ପେଟ ଜନିତ ସମସ୍ୟା ଦୂର ହୋଇଯାଏ। ପେଟ ଫୁଲିବା, ଗ୍ୟାସ, ଏସିଡିଟି ଆଦି ଦୂର ହୋଇଯାଏ। ବାମ ପଟ ହୋଇ ଶୋଇଲେ ଆମର ଲିଭର ଉପରେ କୌଣସି ଜୋର୍‌ ପଡେ ନାହିଁ।

 

ଶୋଇବା ସମୟରେ ଯଦି ପାଦ ମଝିରେ ତକିଆ ରଖିକି ଶୋଇଲେ ହଜମ କ୍ରିୟା ଭଲ ହୋଇଥାଏ।

 

ଯଦି ଆପଣଙ୍କର ପିଠିରେ ସବୁବେଳେ ପୀଡା ରହୁଥାଏ, ତା’ହେଲେ ଆପଣ ପିଠି ଉପରେ ବଳ ପ୍ରୟୋଗ କରି ଶୁଅନ୍ତୁ ନାହିଁ। ଯଦି ଆପଣଙ୍କୁ ଇଚ୍ଛା ହୁଏ, ତା’ହେଲେ ତକିଆ ରଖିି ଶୁଅନ୍ତୁ।

 

ଡାକ୍ତରଙ୍କ କହିବା ଅନୁସାରେ ଗର୍ଭବତୀ ମହିଳାଙ୍କୁ ବାମ କଡକୁ ହୋଇ ଶୋଇବା ଉଚିତ୍‌। ଏହାଦ୍ୱାରା ପେଟ ଉପରେ ଜୋର୍‌ ପଡେ ନାହିଁ। ଭ୍ରୂଣ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅନ୍ୟ ପୋଷକ ତତ୍ତ୍ୱ ପହଞ୍ଚିଥାଏ। ଏହି ସମୟରେ ମହିଳାମାନଙ୍କୁ ପିଠି କିମ୍ବା ପେଟ ଉପରେ ଜୋର୍‌ ଦେଇକି ଶୋଇବା ଉଚିତ୍‌ ନୁହେଁ।

 

ଜ୍ୱର ସମୟରେ ଦେହ ପୀଡା ଲାଗିଥାଏ । ଏହି ସମୟରେ ଆରାମ ରେ ଶୋଇବା ଦରକାର। ସବୁଠାରୁ ଆରମଦାୟକ ମୁଦ୍ରା ହେଲା ପିଠି ମାଡ଼ି ଶୋଇବା ଉଚିତ୍‌। ଯଦି ଆପଣଙ୍କ ପିଠିରେ ପୀଡା ରହୁଥାଏ ତାହେଲେ ସେମିତି ଶୋଇବା ଅନୁଚିତ।

 

କେତେକ ଲୋକଙ୍କୁ ପେଟ ମାଡି ଶୋଇବାକୁ ଭଲ ଲାଗିଥାଏ। ଗବେଷଣା ଅନୁସାରେ ପେଟ ମାଡିକି ଶୋଇବା ଦ୍ୱାରା ପେଟ ଏବଂ ହୃଦୟ ଉପରେ ଅଧିକ ଜୋର୍‌ ପଡ଼ିଥାଏ। ଯଦି ଆପଣ କ୍ୟାନସର କିମ୍ବା ଶ୍ୱାସ ଭଳି ରୋଗରେ ପୀଡ଼ିତ, ତା’ହେଲେ ଆପଣ ପେଟ ମାଡି ଶୋଇବା ଅନୁଚିତ।

 

ସମ୍ବନ୍ଧିତ ଖବର