ନିଜକୁ କିପରି ସ୍ଲିମ୍ ଆଉ ଫିଟ୍ ରଖି ପାରିବେ ,ଜାଣନ୍ତୁ

ପ୍ରତ୍ୟେକ ବ୍ୟକ୍ତି ପତଳା ରହିବାକୁ ଚାହାଁନ୍ତି କାରଣ ସେମାନେ ଜାଣନ୍ତି ଯେ ମୋଟାପଣ ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦିଏ। ଆଜିକାଲିର କାର୍ଯ୍ୟବ୍ୟସ୍ତତା ଭିତରେ ନିଜ ପାଇଁ ଟିକେ ସମୟ କାଢ଼ିବା କାଠିକର ପାଠ ହୋଇପଡୁଛି। ଏମିତି ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଫିଟ୍ ରଖିବାକୁ ଚାହିଁ ମଧ୍ୟ ବ୍ୟସ୍ତତା ହେତୁ କିଛି କରିପାରନ୍ତି ନାହିଁ। ନିଜକୁ କିପରି ସ୍ଲିମ୍ ଆଉ ଫିଟ୍ ରଖି ପାରିବେ ତାହାର ଉପାୟ ଜାଣନ୍ତୁ ।ଏ ସବୁ ଉପାୟ ଆପଣାଇଲେ ଆପଣଙ୍କ ସମୟ ବିଶେଷ ନଷ୍ଟ ହେବ ନାହିଁ ଏବଂ ଆପଣ ନିଜକୁ ଫିଟ୍ ରଖିବାର ସମର୍ଥ ହେବେ।

ନିଜକୁ ପତଳା କରିବା ପାଇଁ ଖାଦ୍ୟର ପରିମାଣ କମାଇବା ଆଦୌ ଦରକାର ନାହିଁ। କିନ୍ତୁ ଆପଣଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତେଲଯୁକ୍ତ ଖାଦ୍ୟ ମୋଟାପଣର ମୁଖ୍ୟ କାରଣ। ଏଣୁ ଯଥାସମ୍ଭବ କମ୍‌ ମାତ୍ରାରେତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ।କେତେକ ଲୋକ ଡାଏଟିଂର ଅର୍ଥ ଉପାସ ରହିବା ଭାବନ୍ତି। ଆପଣ ସେ ଭୁଲ୍ ଜମା କରନ୍ତୁ ନାହିଁ। ଉପାସ ରହିଲେ ଆପଣ ପତଳା ହେବେ ନାହିଁ ବରଂ ଗ୍ୟାସ୍ ସମସ୍ୟା ବାହାରିବା ଫଳରେ ଅଧିକ ମୋଟା ହେବାର ସମ୍ଭାବନା ଅଛି। ସର୍ବଦା ପେଟ ଭରି ଖାଆନ୍ତୁ।ଖାଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବା ନିହାତି ଆବଶ୍ୟକ। ଯେତେବେଳେ ନାହିଁ ସେତେବେଳେ ଖାଇଦେଲେ ତାହା ଆପଣଙ୍କୁ ସୁସ୍ଥ ରଖେ ନାହିଁ ବରଂ ଦେହରେ ଚର୍ବି ବଢ଼ାଇବାରେ ସାହାଯ୍ୟ କରେ। ଆପଣ ପ୍ରତିଦିନ ଗୋଟାଏ ସମୟରେ ଖାଇବା ରୁଟିନ୍ ସ୍ଥିର କରନ୍ତୁ।ନିଜ ଦେହକୁ ଫିଟ୍ ହେଉଥିବା ପୋଷାକ ପରିଧାନ କରନ୍ତୁ। ବ୍ରାଣ୍ଡେଡ୍ ଫିଟିଂ ପୋଷାକ ପିନ୍ଧିବା ଦ୍ୱାରା ମୋଟାପଣ ବିଶେଷ ବାହାରକୁ ଦିଶେ ନାହିଁ। ଆପଣ ସ୍ୱତନ୍ତ୍ର ସ୍ଥାନମାନଙ୍କୁ ଯିବା ବେଳେ ନିଜ ପୋଷାକ ଉପରେ ଧ୍ୟାନ ଦେବା ଦ୍ୱାରା କିଛି ପରିମାଣରେ ନିଜ ମୋଟାପଣକୁ ଲୁଚାଇବାରେ ସମର୍ଥ ହେବେ।

photo-youtube

ଶରୀର ଉପରେ ନିଦ୍ରାର ଯଥେଷ୍ଟ ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ । ସଂପୂର୍ଣ୍ଣ ମାତ୍ରାରେ ନିଦ୍ରା ଗଲେ, ଆପଣଙ୍କ ଶରୀରରେ ନୂତନ ଶକ୍ତିର ସଞ୍ଚାର ହୋଇ ଥାଏ । ଏଣୁ ପ୍ରତ୍ୟହ ସୁନିଦ୍ରା ଯାଆନ୍ତୁ ।ରାତି ଅନିଦ୍ର ଆଦୌ ହୁଅନ୍ତୁ ନାହିଁ। ରାତି ଅନିଦ୍ରା ଫଳରେ ଶରୀରରେ ଯେଉଁ ହର୍ମୋହନ୍ ନିର୍ଗତ ହୁଏ ତାହା ବ୍ୟକ୍ତିକୁ ମୋଟା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଣୁ ନିଶ୍ଚିତ ସମୟରେ ଶୟନ କରନ୍ତୁ।

ମନେ ରଖନ୍ତୁ ଫିଟ୍‌ ଓ ସୁସ୍ଥ ରହିବା ଲାଗି ବ୍ୟାୟାମର ପ୍ରମୁଖ ଭୂମିକା ରହିଛି । ଏଣୁ ପ୍ରତିଦିନ ଅତିକମ୍‌ରେ ୨୦ ମିନିଟ୍‌ର ବ୍ୟାୟାମ ଅଭ୍ୟାସ କରନ୍ତୁ । ତା’ନହେଲେ ୨୦ ମିନିଟ୍‌ ଚାଲନ୍ତୁ । ଏହା ଦ୍ୱାରା ଶରୀର ଫିଟ୍‌ ରହିବ । ଏପରି କଲେ ମନ ସ୍ଫୁର୍ତ୍ତି ରହିବ । ସର୍ବଦା ଖୁସି ରହିବାକୁ ଚେଷ୍ଟା କରିବା ବି ଏଥିପାଇଁ ଜରୁରୀ।

ସମ୍ବନ୍ଧିତ ଖବର