ସ୍ଲିମ୍‌ଟ୍ରିମ୍‌ ରହିବାକୁ ଚାହୁଁଥିଲେ ବୟଫ୍ରେଣ୍ଡଙ୍କଠୁ  ଦୂରରେ ରହନ୍ତୁ , ଜାଣନ୍ତୁ କାରଣ 

ଆଜିକାଲିର ଯୁବକ ଯୁବତୀମାନେ ଯେପର୍ଯ୍ୟନ୍ତ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ପାଇ ନାହାନ୍ତି ସେଯାଏଁ  ବସି ପାରନ୍ତି ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ଏପରି ବି ଅଛନ୍ତି ଯେଉଁମାନେ ଏକ ସମୟରେ  ଅଧିକ ସଂଖ୍ୟକ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ବନାଇ ଥାନ୍ତିି । ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଯେଉଁ ଯୁବତୀମାନେ ବୟଫେଣ୍ଡଙ୍କ ସହ ସଂପର୍କ ରଖନ୍ତି  ସେମାନେ ଶୀଘ୍ର ମୋଟି ହୋଇଯାଆନ୍ତି । କାରଣ ବୟଫ୍ରେଣ୍ଡ ବନାଇବାର ଅର୍ଥ ହେଲା ଡେଟ୍‌ରେ ଯିବା ପୁଣି ତାଙ୍କ ସହ ଖାଦ୍ୟ ପାନୀୟ ଗ୍ରହଣ କରିବା । ଏହି ସମୟରେ ଖାଇବା ପିଇବାରେ ସତର୍କତା ଅବଲମ୍ବନ କରାଯାଇପାରେ ନାହିଁ । ତା’ଛଡ଼ା ଅନେକ ସମୟରେ ବାହାର ବିଶେଷ କରି ହୋଟେଲ୍‌ ଏବଂ ରେସ୍ତୁରାଁରେ ଖାଇଲେ ଶରୀରର ଓଜନ ବଢ଼ିବା ସ୍ୱାଭାବିକ ।

photo–youtube

ଏହି ସମୟରେ ଯୁବତୀମାନେ ନିଜର ଫିଗର୍‌ ଅପେକ୍ଷା ବୟଫ୍ରେଣ୍ଡକୁ ଖୁସ୍‌ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେମାନେ ଭୁଲି ଯାଆନ୍ତି ଯେ ପୁରୁଷମାନଙ୍କର ମେଟାବୋଲିସିମ୍‌ ତୁଳନାରେ ମହିଳାମାନଙ୍କ ଅପେକ୍ଷା ଅଧିକ କ୍ଷିପ୍ର । ତାଛଡ଼ା ଆପଣ ବୟଫ୍ରେଣ୍ଡ ପାଇଁ ନିଜର  ଦିନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ କରିଥାନ୍ତି । ଏଥିରେ ବ୍ୟାୟାମ କରିବା କିମ୍ବା ଜିମ୍‌ ଯିବା ଆଦି କାମକୁ ମଧ୍ୟ ଭୁଲି ଯାଆନ୍ତି । ଅନେକ ସମୟରେ ବିଳମ୍ବିତ ରାତିରେ ଘରକୁ ଫେରିବା ଯୋଗୁଁ ଶରୀରର ଓଜନ ବଢ଼ିଥାଏ । ଏହା ଶରୀରର ଅନ୍ୟ କ୍ଷତି ମଧ୍ୟ କରିଥାଏ । ଏଣୁ ସର୍ବପ୍ରଥମେ ନିଜକୁ ସମୟ ଦିଅନ୍ତୁ । ଆଉ ସ୍ଲିମ୍‌ଟ୍ରିମ୍‌ ରହିବାକୁ ଚାହୁଁଥିଲେ ବୟଫ୍ରେଣ୍ଡଠୁ  ଦୂରରେ ରହନ୍ତୁ ।

ସମ୍ବନ୍ଧିତ ଖବର