ଧୂମପାନର ଅଭ୍ୟାସ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତାହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ସୁଦ୍ଧା ପ୍ରତିଦିନ ଧୂମପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ଧୂମପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ । ଆଜିକାଲି ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଧୂମପାନ କରୁଛନ୍ତି । ଏକ ଗବେଷଣାରୁ ଭାରତରେ ଅଧିକ ଲୋକ ଧୂମପାନ କରନ୍ତି ବୋଲି ଜଣାପଡ଼ିଛି । ତେବେ ଏଭଳି ସମସ୍ୟାରୁ ନିଜ ପରିବାର ଲୋକଙ୍କୁ ବା ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ ।

୧.ଯେତେବେଳେ ବି ଧୂମପାନ କରିବା ପାଇଁ ମନ ହେଉଛି ସେ ସମୟରେ ଲେମ୍ବୁ ରସରେ ମହୁ ମିଶାଇ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଧୂମପାନ କରିବାର ଇଚ୍ଛା ଆପଣଙ୍କର ଦୂର ହେବା ସହ ଶରୀରରେ ଥିବା ବିଷାକ୍ତ ଜିନିଷ ବାହାରକୁ ଚାଲି ଆସିବ ।

Image result for smoking
Healthline

୨. ଧୂମପାନର ଅଭ୍ୟାସକୁ ଦୂର କରିବା ପାଇଁ ଜୁଆଣୀ ପାଟିରେ ପକାଇ ଚୋବାଇବା ଆରମ୍ଭ କରନ୍ତୁ । ଆରମ୍ଭରୁ ଆପଣଙ୍କୁ ଏପରି କରିବା ଭଲ ନ ଲାଗି ପାରେ । କିନ୍ତୁ ପରେ ଆପଣ ଦେଖି ପାରିବେ ଧୀରେ ଧୀରେ ଆପଣଙ୍କ ଧୂମପାନର ଅଭ୍ୟାସ ଦୂର ହେଉଛି ।
୩.ଗୁଜୁରାତି,ପାନମଧୁରୀ ଏବଂ ଶୁଖିଲା ଅଁଳାକୁ ମିଶାଇ ଏକ ପୁଡ଼ିଆ ତିଆରି କରନ୍ତୁ । ଯେତେବେଳେ ଧୂମପାନ କରିବା ପାଇଁ ଇଚ୍ଛା ହେଉଛି ସେ ସମୟରେ ଏହି ପୁଡ଼ିଆକୁ ଚୋବାନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଧୂମପାନର ନିଶା ଛାଡ଼ିବା ସହ ଭୋକ ନ ଲାଗିବା ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
୪.ଧୂମପାନ କରିବାର ଇଚ୍ଛା ହେଲେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୨-୩ଟି ତୁଳସୀ ପତ୍ର ଚୋବାନ୍ତୁ । ଏପରି କରିବାର କିଛି ଦିନ ପରେ ଆପଣଙ୍କ ଧୂମପାନ କରିବାର ଅଭ୍ୟାସ ଧୀରେ ଧୀରେ ଛାଡ଼ିଯିବ ।

ସମ୍ବନ୍ଧିତ ଖବର