ଛିଙ୍କ ନ ହେବା ପାଇଁ ଚାହୁଁଥିଲେ , ଆପଣାନ୍ତୁ ଏସବୁ ଉପାୟ

ଆମେ ଘରୁ ବାହାରିବା ବେଳେ ଛିଙ୍କିଲେ ତାହା ଅଶୁଭ ବୋଲି ବିଚାର କରାଯାଇଥାଏ। ଯାତ୍ରାରେ କିଛି ଅସୁବିଧା ବି ହେବାର ଆଶଙ୍କା ଦେଖା ଦେଇଥାଏ। ହେଲେ ଜାଣନ୍ତି କାହିଁକି ଛିଙ୍କ ହୋଇଥାଏ।
ପ୍ରଥମ କଥା ହେଲା ଯେ ସାଧାରଣତଃ ଥଣ୍ଡା ହେଲେ ବା ଆଲର୍ଜି ହେଲେ ଛିଙ୍କ ହୋଇଥାଏ । ଯଦି ଆପଣ ବି ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ ଏଥିରୁ ରକ୍ଷା ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି ।
ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ସାଇଟ୍ରସ୍‌ ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି । ଏଥିରେ ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା ଦେଇପାରିବ ।
ପ୍ରତିଦିନ ଦୁଇ ତିନିଟି ଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଛିଙ୍କ ନ ହେବା ପାଇଁ ଚାହୁଁଥିଲେ ଦିନରେ ଦୁଇ ତିନି ଥର ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।


ଅଦାରେ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ ଦୁଇ ଚାମଚ ମହୁରେ ମିଶାଇ ପାଣିରେ ଫୁଟାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣ ପାନ କଲେ ଛିଙ୍କ ହେବାର ଆଶଙ୍କା ରହିବ ନାହିଁ ।

ସମ୍ବନ୍ଧିତ ଖବର