ମାଟି ହାଣ୍ଡିରେ ପାଣି ପିଇବାର ଫାଇଦା ଜାଣନ୍ତୁ

ଗରମ ଦିନେ ଅନେକ ଲୋକ ଫ୍ରିଜ ପାଣି କିମ୍ବା ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି? ଅନେକ ଗବେଷଣାରୁ ଜଣାପଡ଼ିଛି ଫ୍ରିଜର ପାଣି ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ହୋଇଥାଏ। ଯେପରି ମୁଣ୍ଡବିନ୍ଧା, ଓଜନ ବୃଦ୍ଧି, ଥଣ୍ଡା, କାଶ ଭଳି ସମସ୍ୟା ଦେଖା ଦେଇଥାଏ। ଆୟୁର୍ବେଦରେ ମାଠିଆ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା ମାଠିଆରୁ ପାଣି ପିଇଲେ ଶରୀରରୁ କେଉଁ କେଉଁ ରୋଗ ଭଲ ହୋଇଥାଏ।

୧. ଶରୀରରେ ଯଦି କଫ ଜମି ରହୁଛି, ତେବେ ପ୍ରତିଦିନ ମାଠିଆ ପାଣି ପିଅନ୍ତୁ । ସୁଫଳ ମିଳିବ।

୨. ଶରୀରରେ ଏସିଡିଟି ସମସ୍ୟା ଥିଲେ ଆଦୌ ଫ୍ରିଜ ପାଣି ନିଅନ୍ତୁ ନାହିଁ। ଏହା ବଦଳରେ ଯଦି ମାଠିଆ ପାଣି ପିଇବେ ଦେଖିବେ ଏସିଡିଟି ସମସ୍ୟା ଖୁବ୍‌ ଶୀଘ୍ର ଭଲ ହୋଇଯିବ।

୩. ମାଠିଆ ପାଇଁ ହୃଦୟକୁ ସୁସ୍ଥ ରଖିଥାଏ। କାରଣ ମାଠିଆର ପାଣି ପ୍ରାକୃତିକ ଭାବେ ଥଣ୍ଡା ରହିଥାଏ।

୪. ଶ୍ୱାସ ରୋଗୀଙ୍କ ପାଇଁ ପ୍ରତ୍ୟେହ ମାଠିଆ ପାଣି ପିଇବା ଖୁବ୍‌ ଲାଭଦାୟକ।

ସମ୍ବନ୍ଧିତ ଖବର