ଭାଷଣ ଦେବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବେ ?

କଥାରେ ଅଛି କହି ଜାଣିଲେ କଥା ସୁନ୍ଦର । ଭଲ କଥା କହିଲେ ଅନେକ ଲୋକ ଖୁସ୍‌ ହୁଅନ୍ତି । କିନ୍ତୁ ଜଣେ ଭଲ ବକ୍ତା ହେବାକୁ ଆପଣଙ୍କୁ କେତେକ କଥାଉପରେ ଧ୍ୟାନ ଦେବାକୁ ପଡ଼ିବ। ଆସନ୍ତୁ ଜାଣିବା ସେସବୁ କ’ଣ ?
– କୌଣସି ବିଷୟରେ ଆପଣଙ୍କ ନିକଟରେ ଯଥେଷ୍ଟ ଜ୍ଞାନ ନ ଥିଲେ, ଟାଣିଓଟାରି ସେହି ପ୍ରସଙ୍ଗରେ ବେଶି କହନ୍ତୁ ନାହିଁ । ମନେ ରଖନ୍ତୁ ଭଲ ଶ୍ରୋତା ହୋଇପାରିଲେ ବେଶି ଜ୍ଞାନ ଆହରଣ କରିପାରିବେ ।

– ଆପଣ ନିଜର ଭାଷଣରେ ଅନ୍ୟକୁ ନୀଚ୍ଚା ଦେଖାଇ, ଅନ୍ୟର ସମାଲୋଚନା କରି କେବେହେଲେ ଲୋକଙ୍କ ହୃଦୟରେ ସ୍ଥାନ ତିଆରି କରିପାରିବେନି ।
– ଭାଷଣ ଦେବା ବେଳେ ଶକ୍ତି ଅପଚୟ ହୋଇଥାଏ । ଏଥିପାଇଁ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ମାତ୍ରାରେ କହିବାର କଳା ବିକଶିତ କରିବା ଉଚିତ ।
– ଆପଣ ଜଣେ ଯେତେ ବଡ଼ ବକ୍ତା ହେଲେ ବି ସବୁବେଳେ ଭାଷଣ ଦେବାର ପ୍ରଲୋଭନ ଛାଡ଼ନ୍ତୁ । ତା’ ନହେଲେ ଲୋକମାନଙ୍କ ପାଇଁ ଆପଣଙ୍କ ଶବ୍ଦର ମହତ୍ତ୍ୱ ରହିବ ନାହିଁ ।


– ନିଜ ସହିତ କଥା ହେବା କଳା ମଧ୍ୟ ଶିଖନ୍ତୁ । ଏହା ଦ୍ୱାରା ଜଣେ ସଫଳ ବକ୍ତା ହୋଇପାରିବେ ।

ସମ୍ବନ୍ଧିତ ଖବର