ଚଷମା ପିନ୍ଧିଲାପରେ ନାକରେ ଦିଶୁଥିବା ଦାଗକୁ ଦୂରେଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ!
ଚଷମା ପିନ୍ଧିବା କାରଣରୁ ପ୍ରାୟତଃ ଅନେକଙ୍କ ନାକରେ ଦାଗ ପଡ଼ିଥାଏ। ଯେଉଁ କାରଣକୁ ନେଇ ବ୍ୟକ୍ତିର ଚେହେରାଟି ଖରାପ ଦେଖା ଯାଇଥାଏ। ଆଉ ଯଦି ଆପଣ ବି ଏହି ସମସ୍ୟାରେ ଗତି କରୁଛନ୍ତି,ତେବେ ଆଦୌ ହେଲେ ବି ଚିନ୍ତା କରନ୍ତୁନି,ବରଂ ଆପଣ କେବଳ ଘର ମଧ୍ୟରେ ଉପଲବ୍ଧ ଥିବା ଏହି ସରଳ ଉପାୟର ହିଁ ସାହଯ୍ୟ ନିଅନ୍ତୁ,ଯାହାକି ସମସ୍ତଙ୍କ ଘରେ ସାଧାରଣତଃ ଉପଲବ୍ଧ ହୋଇଥାଏ। ଚାଲନ୍ତୁ ଜାଣିବା ଏହି ସରଳ ଉପାୟ ସଂପର୍କରେ…..
Sambad is now on WhatsApp
Join and get latest news updates delivered to you via WhatsApp
କମଳାରେ ଉପଚାର:- କମଳାର ଚୋପାକୁ ଖରାରେ ଶୁଖାଇ ଏହାକୁ ପେଷି ଦିଅନ୍ତୁ।ଏହାପରେ କମଳା ପାଉଡ଼ରର ଏକ ଚାମଚ ନେଇ ସେଥିରେ ଅଧା ଚାମଚ କ୍ଷୀରକୁ ମିଶ୍ରଣ କରି ଦାଗ ହୋଇଥିବା ନାକ ମଧ୍ୟରେ ଲଗାନ୍ତୁ।ଏଥିସହିତ ଶୁଖିବାକ୍ଷଣି ଆପଣ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁର ଉପାୟ:-ଏକ ଚାମଚ ଲେମ୍ବୁର ରସ ସହିତ ଏକ ଚାମଚ ପାଣିକୁ ମିଶାଇ ଆପଣ ଏକ ତୁଳା ସାହାଯ୍ୟରେ ଚଷମା ଯୋଗୁ ପଡ଼ିଥିବା ଦାଗ ଉପରେ ଲଗାନ୍ତୁ।ଏହାପରେ ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ନାକ ମଧ୍ୟରେ ରଖି ଶୁୁଖିଯିବା ପରେ ଧୋଇ ଦିଅନ୍ତୁ। ତେବେ ଆପଣଙ୍କୁ ଏହି ଉପାୟର ପ୍ରୟୋଗକୁ ପ୍ରତ୍ୟେକ ଦିନ କରିବାକୁ ହେବ।
କାକୁଡ଼ିର ପ୍ରୟୋଗ:-ତେବେ କାକୁଡ଼ି ମଧ୍ୟ ଦାଗ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନାକରେ ପଡ଼ିଥିବା ଚଷମା ଦାଗକୁ ହଟାଇବା ପାଇଁ ମଧ୍ୟ କାକୁଡ଼ିର ପ୍ରୟୋଗ କରାଯାଇଥାଏ। ଏନେଇ ଆପଣ ପ୍ରତ୍ୟକ ଦିନ କାକୁଡ଼ିର ଖଣ୍ଡକୁ ଦାଗ ପଡ଼ିଥିବା ନାକ ମଧ୍ୟରେ ରଗଡ଼ନ୍ତୁ ।ଏହାର ପ୍ରୟୋଗ ମାତ୍ରକେ ହିଁ କିଛି ଦିନ ମଧ୍ୟରେ ନାକଉପରୁ ଚଷମା ଦାଗ ଲିଭିବାକୁ ଲାଗିଥାଏ।