କେହି ଆପଣଙ୍କୁ ଈର୍ଷା କରନ୍ତି ବୋଲି ଏମିତି ଜାଣନ୍ତୁ…

ଈର୍ଷା ଏକ ଅନ୍ତର୍ନିହିତ କ୍ରିୟା ହୋଇଥିଲେ ବି ତାହାର ପ୍ରଭାବ ସ୍ପଷ୍ଟ ଜାଣିହୁଏ। ବେଳେ ବେଳେ ଜାଣିବାକୁ କଷ୍ଟ ହୁଏ ଯେ ବାସ୍ତବରେ କିଏ ଆମକୁ ଈର୍ଷା କରନ୍ତି ଆଉ କିଏ କରନ୍ତିନି। ମାତ୍ର କେତୋଟି କଥାରୁ ଆପଣଙ୍କୁ ଜାଣିବାକୁ ଖୁବ୍‌ ସହଜ ହେବ କି କେହି ଆପଣଙ୍କୁ ଈର୍ଷା କରନ୍ତି କି ନାହିଁ? ନିମ୍ନରେ ସେ ସଂପର୍କରେ ଉଲ୍ଲେଖ କରାଯାଇଛି।

ଆପଣଙ୍କର ପ୍ରତିଟି କାର୍ଯ୍ୟକୁ ଯଦି କେହି ଭୁଲ୍‌ ବୋଲି କହୁଛନ୍ତି କିମ୍ବା ପ୍ରତ୍ୟେକ କାର୍ଯ୍ୟରୁ କିଛି ନା କିଛି ଭୁଲ୍‌ କାଢୁଛନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଯେ ସେ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଈର୍ଷା କରନ୍ତି।

ଯଦି ଆପଣଙ୍କୁ କେହି ଅନୁକରଣ କରୁଛନ୍ତି ତାହାଲେ ବି ନିଶ୍ଚିତ ହୁଅନ୍ତୁ ଯେ ସେ ବ୍ୟକ୍ତି ଜଣକ ଆପଣଙ୍କ ପ୍ରତି ଈର୍ଷାପରାୟଣ।

ନିଜର ସମସ୍ତ ଶକ୍ତି ସଞ୍ଚୟ କରି ଯଦି କେହି ଆପଣଙ୍କୁ ଭୁଲ୍‌ ପ୍ରମାଣ କରିବାକୁ ଲାଗିପଡ଼ନ୍ତି ତେବେ ସେ ଆପଣଙ୍କ ଉପରେ ଈର୍ଷା କରନ୍ତି ବୋଲି ଧରିବାକୁ ହେବ।

ଈର୍ଷା ପରାୟଣ ଲୋକଙ୍କର ଆଉ ଏକ ମନ୍ଦ ପ୍ରବୃତ୍ତି ହେଲା ସେମାନେ ସବୁବେଳେ ଭୁଲ୍‌ ଉପଦେଶ ଦିଅନ୍ତି। ଯେଉଥିରେ ବ୍ୟକ୍ତିର ବାସ୍ତବରେ ମଙ୍ଗଳ ହେବ ସେପରି କଥା କୁହନ୍ତି ନାହିଁ।

ଶେଷରେ ସେମାନେ ଆପଣଙ୍କୁ ନିଜର ବାସ୍ତବ ଚେହେରା ନିଶ୍ଚୟ ଦେଖାଇ ଦେବେ। ମନେ ରଖନ୍ତୁ, ଈର୍ଷାଳୁ ବ୍ୟକ୍ତି ଚାହିଁକରି ମଧ୍ୟ ନଜ ଉପରେ ଆୟତ୍ତ ଆଣିପାରନ୍ତି ନାହିଁ।

ସମ୍ବନ୍ଧିତ ଖବର