ପୂରା ନିଦ ପରେ ମଧ୍ୟ ନିଦୁଆ ଲାଗୁଛି କି ? ଆପଣାନ୍ତୁ ଏହି ଉପାୟ

କାର୍ଯ୍ୟବ୍ୟସ୍ତତା ପାଇଁ ବର୍ତ୍ତମାନ ବ୍ୟକ୍ତି ସଠିକ୍‌ ପରିମାଣରେ ଶୋଇ ପାରୁନାହାନ୍ତି । ଏହା ଛଡ଼ା ଏପରି ମଧ୍ୟ କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ ସଠିକ ପରିମାଣର ଶୋଇବା ପରେ ମଧ୍ୟ ତାଙ୍କୁ ନିଦୁଆ ଏବଂ ଥକାପଣ ଅନୁଭବ ହୋଇଥାଏ । ଆସନ୍ତୁ ଜାଣିବା ଏହାକୁ ଦୂର କରିବାର କିଛି ସହଜ ଉପାୟ ଯାହା ଦ୍ୱାରା ଆପଣଙ୍କ ନିଦ ପୂରା ହେବା ସହ ଆପଣଙ୍କୁ ସତେଜ ଲାଗିବ ।

ଅତ୍ୟାଧିକ ପାଣି ପିଅନ୍ତୁ :ଶରୀରରେ ଜଳୀୟଅଂଶର ମାତ୍ରା କମ ରହିବା ଦ୍ୱାରା ନିଦର ମାତ୍ରା କମ ହୋଇଥାଏ । ଏଣୁ ଦିନରେ ୮-୯ଗ୍ଲାସ ପାଣି ନିଶ୍ଚିତ ଭାବେ ପିଅନ୍ତୁ । ଯଦି ସମ୍ଭବ ତେବେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ ।

punjabkesari

ଥଣ୍ଡା ପାଣିରେ ସ୍ନାନ କରନ୍ତୁ :ସକାଳୁ ଶୀଘ୍ର ଉଠି ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଠିକ୍‌ ରହିଥାଏ । ଏହା ଦ୍ୱାରା ଆପଣ ସତେଜ ଅନୁଭବ କରିବା ସହ ଥକାପଣ ଏବଂ ମନସିକ ଅଶାନ୍ତି ଦୂର ହୋଇଥାଏ ।

ଚକୋଲେଟ : ଶରୀରରେ ତୁରନ୍ତ ଶକ୍ତି ପାଇବା ପାଇଁ ଚକୋଲେଟ ଖାଇବା ଭଲ ଉପାୟ । ଅନେକ ସମୟରେ ମନସିକ ଅଶାନ୍ତି ପାଇଁ ପୂରା ନିଦ ଶୋଇବା ପରେ ମଧ୍ୟ ଥକାପଣ ଅନୁଭବ କରିଥାଉ। ଏଥିପାଇଁ କୋକୋ ଚକୋଲେଟ୍‌ର ସେବନ ତୁରନ୍ତ ଶରୀରିକ ଉର୍ଜ୍ୱା ସୃଷ୍ଟି କରିବା ସହ ମାନସିକ ଶାନ୍ତି ଯୋଗାଇବାରେ ବହୁ ମାତ୍ରାରେ ସହାୟକ ହୋଇଥାଏ ।

Yiyan

ଚା ଏବଂ କଫିରୁ ଦୂରରେ ରୁହନ୍ତୁ : କିଛି ବ୍ୟକ୍ତି ଥକାପଣ ଦୂର କରିବା ପାଇଁ ଚା ଓ କଫିର ସେବନ କରିଥାନ୍ତି । ଏହା ଦ୍ୱାରା ଥକାପଣ ଦୂର ହୋଇଥାଏ ବୋଲି ତାଙ୍କର ଭ୍ରାନ୍ତ ଧାରଣା ରହିଥାଏ । କିନ୍ତୁ ଅସଲ କଥା ତାହା ନୁହଁ ଏହା ଦ୍ୱାରା ଶରୀର ଅଧିକ ମାନ୍ଦା ହୋଇଥାଏ। ଏଣୁ ଚା’ କିମ୍ବା କଫି ବଦଳରେ ଗ୍ରୀନ୍‌ ଟି ଓ ହର୍ବାଲ ଟି ପିଅନ୍ତୁ ।

ଅଧିକ ଆଇରନ୍‌ ସେବନ : ପୂରା ନିଦ ହେବା ପରେ ଥକାପଣ ଅନୁଭୂତ ହେବାର ଆଉ ଏକ କାରଣ ହେଉଛି ଏନିମିୟା । ଏଥିପାଇଁ ଆପଣ ଡ଼ାଏଟ୍‌ରେ ଅଧିକରୁ ଅଧିକ ଆଇରନ୍‌ ଯୁକ୍ତ ଖାଦ୍ୟ ସାମିଲ୍‌ କରନ୍ତୁ । ପର୍ଯ୍ୟାପ୍ତ ପରିମାଣର ଆଇରନ୍‌ ଗ୍ରହଣ ଶରୀରରେ ହିମୋଗ୍ଳୋବିନ୍‌ର ମାତ୍ରା ସାଧାରଣ ରଖିବା ସହ ଏନିମିଆର ସମସ୍ୟା ଦୂର କରିଥାଏ ।

ସମ୍ବନ୍ଧିତ ଖବର