ଏହି ୧୬ଟି ଜିନିଷ ତ୍ୟାଗ କରିବା ଯୋଗୁଁ ବ୍ୟକ୍ତି ଧନୀ ଓ ଜ୍ଞାନୀ ହୋଇଥାଏ

1 5,472

ସାଧାରଣତଃ କିଏ ବା ନ ଚାହେଁ ଜୀବନରେ ସଫଳ ହେବାକୁ? ତେବେ ମଣିଷ ଜୀବନରେ ଅଜ୍ଞାନତାବଶତଃ ଏପରି କିିଛି ଅସତ୍‌ ଉପାୟର ଅବଲମ୍ବନ କରିବସେ , ଯାହାକି ତାକୁ ସଫଳତା ଦେବା ପରିବର୍ତ୍ତେ ଅସଫଳତା ଆଣିଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଦୈନନ୍ଦିନ ଜୀବନରେ ଏପରି ୧୬ଟି ଜିନିଷ ତ୍ୟାଗ କରିବାକୁ ହେବ, ଯାହା ଆପଣଙ୍କୁ ଧନୀ ଓ ଜ୍ଞାନୀ ହେବା ରାସ୍ତାରେ ପରିଚାଳିତ କରିବ।

୧- ଆଳସ୍ୟ ତ୍ୟାଗ କରି ପ୍ରଥମତଃ ଆପଣ ବ୍ରାହ୍ମମୂହୁର୍ତ୍ତରେ ଶଯ୍ୟା ପରିତ୍ୟାଗ କରନ୍ତୁ।

୨- ତ୍ରିସନ୍ଧ୍ୟାରେ ସ୍ନାନ କରନ୍ତୁ, ଆଳସ୍ୟକୁ ତ୍ୟାଗ କରନ୍ତୁ।

୩- ନିରୋଗ ରହିବାକୁ ହେଲେ,ବ୍ୟକ୍ତିକୁ ଖାଦ୍ୟ ପ୍ରତି ଲାଳସା ତ୍ୟାଗ କରିବା ଉଚିତ୍‌।

୪- ପିତାମାତାଙ୍କ ପ୍ରତି ରହିଥିବା ଅବହେଳାକୁ ତ୍ୟାଗ କରିବା ଉଚିତ୍‌।

୫- ପ୍ରାର୍ଥନା କରିବା ସମୟରେ ବି ସଂସାର ଚିନ୍ତା ତ୍ୟାଗ କରିବା ଉଚିତ୍‌ ଅଟେ।

୬- ଏହାସହିତ ଦାନ ସମୟରେ ଲୋଭ ମଧ୍ୟ ବର୍ଜନୀୟ ଅଟେ।

୭- ଯଦି ଆପଣ ନ୍ୟାୟ ପାଇଁ ଲଢ଼ୁଥା’ନ୍ତି ,ତେବେ ସେ ସମୟରେ ଭୟକୁ ତ୍ୟାଗ କରିବେ!

୮-ଏହାସହିତ ପୂଜା ସମୟରେ କାମନାକୁ ତ୍ୟାଗ କରନ୍ତୁ।

Panda Mobile only

୯- ଏଥିସହିତ ସାଧନା ସମୟରେ କୋଳାହଳ ବି ତ୍ୟାଗ କରନ୍ତୁ।

୧୦-କୌଣସି ରୋଗରେ ପଡ଼ିଥିଲେ ଆପଣ ଅପଥ୍ୟକୁ ତ୍ୟାଗ କରନ୍ତୁ।

୧୧-ତେବେ ବିପଦରେ କାତରତାକୁ ତ୍ୟାଗ କରିବା ବୁଦ୍ଧିମାନ ବ୍ୟକ୍ତିର କାର୍ଯ୍ୟ ଅଟେ।

୧୨-ଅତୀତ ଲାଗି ଦୁଃଶ୍ଚିନ୍ତାକୁ ତ୍ୟାଗ କରନ୍ତୁ। କାରଣ ଶାସ୍ତ୍ରରେ ରହିଛି କି,ବୁଦ୍ଧିମାନ ବ୍ୟକ୍ତି ଆଦୌ ହେଲେ ବି ଅତୀତର ଚିନ୍ତା କରନ୍ତି ନାହିଁ।

୧୩-ପହରା ଦେବା ସମୟରେ ନିଦ୍ରା ତ୍ୟାଗ କରିବା ଉଚିତ ଅଟେ।

୧୪-ଜୀବନକୁ ଉପଭୋଗ କରିବାକୁ ଚାହୁଁଥିଲେ ,ଗର୍ବ ଓ ଅଂହକାର କୁ ତ୍ୟାଗ କରନ୍ତୁ।

୧୫-ପୁତ୍ର ଅବାଧ୍ୟ ହେଲେ ମା’କୁ ମମତାକୁ ତ୍ୟାଗ କରିବା ଉଚିତ୍‌। ନହେଲେ ମା’ର ସେହି ସ୍ନେହ ମମତା ହିଁ ପୁତ୍ରର ଭବିଷ୍ୟତ କୁ ନଷ୍ଟ କରିଦିଏ।

୧୬-ଆପଣ ଯଦି ଆଦର୍ଶ ଜୀବନ ବଞ୍ଚବାକୁ ଚାହୁଁଥା’ନ୍ତି,ତେବେ ସ୍ୱାର୍ଥକୁ ଆପଣଙ୍କ ଜୀବନରୁ ତ୍ୟାଗ କରନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Bibhuti sinha says

    Nice article thanks for this information to know more about motivational stuff please visit http://www.tutorialtweet.online