ବିଷାଦଗ୍ରସ୍ତ ଦିଶିଲେ ସହଜରେ ସଫଳତା ମିଳେନା!

ଜୀବନରେ କିଏ ବା ସଫଳତା ହାସଲ କରିବାକୁ ନ ଚାହେଁ । ସମସ୍ତେ ଚାହାଁନ୍ତି ଯେ ଜୀବନରେ ଜଣେ ସଫଳ ମଣିଷ ହେବେ। ହେଲେ ଏଥିପାଇଁ କେତୋଟି କଥା ମନରୁ ସଂପୂର୍ଣ୍ଣ ଦୂରେଇ ଦେବାକୁ ପଡ଼ିବ। ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି,ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।କାରଣ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ହିଁ କେବଳ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚହେବ। ନିଜର ଲକ୍ଷ୍ୟ ସ୍ଥିର କରିବାପରେ ଅକ୍ଳାନ୍ତ ପରିଶ୍ରମ କରିବାକୁ ଭୟ କଲେ ଜୀବନରେ ସଫଳ ହେବେ ନାହିଁ।କାରଣ ପରିଶ୍ରମର କିଛି ବିକଳ୍ପ ନାହିଁ । ପରିଶ୍ରମ ସାଙ୍ଗକୁ ମନଦେଇ କାମ କରିବା ବି ଏକ ବଡ଼ କଥା।

ଯଦି ଆପଣ ସର୍ବଦା ଭାବିବେ ଯେ ମୁଁ ଏବେ କୌଣସି କାମପାଇଁ ପ୍ରସ୍ତୁତ ନୁହେଁ,ତା’ ହେଲେ କେବେ ବି ଏଥିପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ନାହିଁ। ଯଦି ଆପଣଙ୍କୁ ସବୁଠୁଁ ଭଲଭାବେ କେହି ଜାଣନ୍ତି,ତେବେ ସେ ହେଉଛନ୍ତି ଆପଣ ନିଜେ।ଏଣୁ ନିଜ ଉପରେ ବିଶ୍ୱାସ ବା ଆସ୍ଥା ନ ରହିଲେ କେବେବି ଆପଣ ସଫଳ ହୋଇପାରିବେ ନାହିଁ ଜୀବନରେ ,ଯେଉଁଦିନ ଆପଣ କହିବେ ଯେ,ମୁଁ ପ୍ରତ୍ୟେକ କାମ କରିବାକୁ ପ୍ରସ୍ତୁତ,ସେହି ଦିନରୁ ସଫଳତାକୁ ହାସଲ କରିବାରେ ଆପଣ ସକ୍ଷମ ହୋଇବେ।
ଏହାସହିତ ଆପଣଙ୍କ ମନରେ ଆଉ ଏକ ନକାରାତ୍ମକ କଥା ମଧ୍ୟ ଅନେକ ସମୟରେ ଘର କରିପାରେ କି ,ମୁଁ କୌଣସି କାମ ଠିକ୍‌ ଢ଼ଙ୍ଗରେ କରିପାରେ ନାହିଁ।ଏଭଳି କରିଲେ ମୋର ଦେହ ଖରାପ ହୋଇଯିବ,ଏପରି ଭାବନାକୁ ଆପଣ ଯଥାସମ୍ଭବ ଆପଣଙ୍କର ମନ ମଧ୍ୟରୁ ଦୂରେଇ ଦିଅନ୍ତୁ।ଯଦି ନିଜ ଉପରେ ଭରସା ନ ରଖିବେ,ତେବେ ଆପଣ କେବେବି ସଫଳ ହୋଇପାରିବେ ନାହିଁ।
ଆପଣ କେବେ ବି ଭାବିବେ ନାହିଁ ଯେ ଜୀବନ ଖୁବ୍‌ ସଂଘର୍ଷମୟ ଓ ଏଠି ବଞ୍ଚବା ଖୁବ୍‌ କଷ୍ଟକର,କାରଣ ଏଭଳି ଚିନ୍ତାକଲେ ଆପଣ ଜଣେ ସାଧାରଣ ଏବଂ ଅସଫଳ ମଣିଷ ହୋଇ ରହିଯିବେ।ଠିକ୍‌ ସେହିପରି ଯଦି ଏକା ସମୟରେ ଅନେକ ଗୁଡ଼ିଏ କାମରେ ହାତ ଦେବେ,ତାହାଲେ ଆପଣ ନିଶ୍ଚିତ ରୂପରେ ଅସଫଳ ହେବେ। କିନ୍ତୁ ଯଦି ଗୋଟିଏ ସମୟରେ କେବଳ ଗୋଟିଏ କାମ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରି ରଖିବେ,ତେବେ ସଫଳତା ପାଇବା ନିଶ୍ଚିତ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆପଣ ଠିକ୍‌ ଭାବେ ନିଜର ମନକଥା ପ୍ରକାଶ କରନ୍ତୁ । କାରଣ ଅନେକ ସମୟରେ କଥା ଦ୍ୱାରା ବି ଅନେକ କଥା ହାସଲ କରିହୁଏ। ଆଉ ଏକ କଥା ହେଲେ ଯେ ସର୍ବଦା ହସହସ ମୁହଁରେ ରହନ୍ତୁ। କାରଣ ବିଷାଦଗ୍ରସ୍ତ ଦିଶିଲେ ସହଜରେ ସଫଳତା ମିଳେନା। ଏଣୁ ଖୁସି ମନରେ କାମ କରନ୍ତୁ।
ସମୟକୁ ଗୁରୁତ୍ୱ ଦେଉଥିବା ମଣିଷ ବି ସଫଳତା ପାଏ। ଯେଉଁ ବୟସରେ ଯାହା କରିବା କଥା ତାହା କରିଲେ ସଫଳ ହେବେ। ଠିକ୍‌ ସେହିପରି ସମୟାନୁବର୍ତ୍ତୀ ହେଲେ ମଧ୍ୟ ସଫଳତା ହାସଲ କରିବେ। ଅନ୍ୟମାନଙ୍କର ଭାବନାକୁ ଗୁରୁତ୍ୱ ଦେବା ବି ଏକ ବଡ଼ କଥା।

ସମ୍ବନ୍ଧିତ ଖବର