ଖାଦ୍ୟ ଅଭ୍ୟାସରେ ଏସବୁ ପରିବର୍ତ୍ତନ କରନ୍ତୁ, ମଧୁମେହରୁ ମୁକ୍ତି ପାଆନ୍ତୁ

ମଧୁମେହ ଖାଦ୍ୟ ଏବଂ ଜୀବନ-ଶୈଳୀ ସହ ସଂପର୍କିତ। ଆଜିକାଲି ଜିନ୍‌-ଦୋଷରୁ ଏପରିକି ଶିଶୁ ମଧ୍ୟ ମଧୁମେହ ଭୋଗୁଛନ୍ତି। ଭାରତରେ ଟାଇପ୍‌-୨ ମଧୁମେହ ଭୋଗୁଥିବା ରୋଗୀଙ୍କ ସଂଖ୍ୟା ବିଶ୍ୱରେ ସବୁଠାରୁ ଅଧିକ। ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଦ୍ୱାରା ମଧୁମେହକୁ କିଛି ପରିମାଣରେ ରୋକାଯାଇପାରେ।

ଏଥିପାଇଁ ପ୍ରତି ଦିନ ସକାଳେ ଖାଲି ପେଟରେ ତାଜା କଲରା ରସ ପିଇଲେ ମଧୁମେହ ନିୟନ୍ତ୍ରଣରେ ରହେ। ସେହିପରି ଜଳଖିଆରେ କଲରା ଚିପ୍‌ସ ବା କଲରା ପ୍ରସ୍ତୁତ ଯେକୌଣସି ଖାଦ୍ୟ ଖାଇପାରନ୍ତି। ରାତିରେ ୧-୪ ଚାମଚ ମେଥି ପାଣିରେ ବତୁରାନ୍ତୁ। ସକାଳୁ ଖାଲି ପେଟରେ ପାଣି ସହ ମେଥି ଚୋବାଇଚୋବାଇ ଖାଆନ୍ତୁ।

ପ୍ରତି ଦିନ ପିଜୁଳି ଚୋପା ଚାଞ୍ଛି ଖାଆନ୍ତୁ। ଚୋପା ନ ଚାଞ୍ଛି ଖାଇଲେ ରକ୍ତ ଶର୍କରା ବଢ଼େ। ନିୟମିତ ତ୍ରିଫଳା ଚୂର୍ଣ୍ଣ ଖାଆନ୍ତୁ। ମଧୁମେହ ରୋଗୀଙ୍କ ଲାଗି ଜାମୁକୋଳି ଭଲ। ବର୍ଷର ସବୁ ସମୟରେ ଜାମୁକୋଳି ମିଳେନାହିଁ। ତେଣୁ, ମିଳୁଥିବା ବେଳେ ଅଧିକ ପରିମାଣରେ ସଂଗ୍ରହ କରି, ମଞ୍ଜିକୁ ଶୁଖାଇ, ଗୁଣ୍ଡକରିରଖନ୍ତୁ; ପାଣିରେ ଗୋଳାଇ ଦିନରେ ଦୁଇ ଥର ପିଅନ୍ତୁ। ଚାହା ବା କଫିରେ ଚିନି ବଦଳରେ ମହୁ ପକାନ୍ତୁ। ବିନା ଚିନିରେ କଳା କଫି ପିଅନ୍ତୁ।

ସମ୍ବନ୍ଧିତ ଖବର