ହୃଦଘାତ ଆଶଙ୍କାରୁ ଖରାଦିନେ ରକ୍ଷା ପାଇବେ କିପରି

ପ୍ରଚଣ୍ଡ ତାପମାତ୍ରା ଫଳରେ ଖରା ଦିନେ ଅନେକ ସମୟରେ ମଣିଷ ହୃଦଘାତର ଶିକାର ହେବାର ଖବର ମଧ୍ୟ ମିଳିଥାଏ। ଏହାର ମୁଖ୍ୟ କାରଣ ହେଲା ଶରୀରରେ ଜଳ କମ୍‌ ହେବା। ଅର୍ଥାତ୍‌ ଶରୀରରେ ଜଳ ଶୁଷ୍କତା ପରିଲକ୍ଷିତ ହୋଇଥାଏ।
ଖରାଦିନେ ଅଧିକ ସମୟ ଯାଏଁ ଖରାରେ ରହିଲେ ଶରୀରୁ ବେଶି ମାତ୍ରାରେ ଝାଳ ନିର୍ଗତ ହୁଏ। ଏହା ଫଳରେ ଶରୀରରେ ପାଣି କମିଯାଏ। ଏହା ଫଳରେ ମୁଣ୍ଡବିନ୍ଧା, କ୍ଲାନ୍ତି, ଭୋକ ନ ଲାଗିବା, ବାନ୍ତି ମାଡିବା, ପେଟରେ ଯନ୍ତ୍ରଣା ହେବା ଆଦି ଦେଖିବାକୁ ମିଳେ।
ଚିକିତ୍ସକଙ୍କ ମତ ଅନୁଯାୟୀ ମଣିଷ ୩୭ ଡିଗ୍ରି ସେଲସିଅସ୍‌ ତାପମାତ୍ରା ଯାଏଁ ତାପମାନକୁ ସହିପାରେ। ତା’ଠାରୁ ଅଧିକ ତାପମାତ୍ରା ରହିଲେ ମଣିଷ ଅସୁବିଧାର ସମ୍ମୁଖୀନ ହୋଇଥାଏ।
ଏଣୁ କେତେକ କଥା ପ୍ରତି ଧ୍ୟାନ ଦିଆଯିବା ଦରକାର।
ଖରାଦିନେ ଯଥାସମ୍ଭବ ଥଣ୍ଡା ପାନୀୟଠାରୁ ଦୂରେଇ ରୁହନ୍ତୁ।
-ଦହିରେ ଗୁଡ ମିଶାଇ ଖାଆନ୍ତୁ
-କଟା ଫଳ ଖାଆନ୍ତୁ ନାହିଁ
-ବାହାରେ ଖୋଲା ବିକ୍ରି ହେଉଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ
-ଯେତେ ଅଧିକ ସମ୍ଭବ, ସେତେ ପାଣି ପିଅନ୍ତୁ।
-ଖୋଲା ଜାଗାରେ ବିକ୍ରି ହେଉଥିବା ଜୁସ୍‌ ବା ସରବତ୍‌ ବା ଲସି ମଧ୍ୟ ନ ପିିଇବା ଭଲ।


-ଘରୁ ବାହାରିବା ବେଳେ ଖାଲି ପେଟରେ ନ ବାହାରନ୍ତୁ। ଅଧିକ ସମୟ ଯାଏଁ ଖାଲି ପେଟରେ ନ ରୁହନ୍ତୁ।
-ଖରାଦିନେ ଘରୁ ବାହାରିବା ବେଳେ ପାଣି ବୋତଲ ସାଙ୍ଗରେ ଧରି ଯାଆନ୍ତୁ।

ସମ୍ବନ୍ଧିତ ଖବର