ଖରା ଦିନେ ଏଭଳି ନିଅନ୍ତୁ ଆଖିର ଯତ୍ନ, ଏ ସବୁ ଭୁଲ ଆପଣଙ୍କ ଆଖିକୁ କରିପାରେ ଖରାପ

ସୂର୍ଯ୍ୟକିରଣ କେବଳ ତ୍ୱଚା ନୁହେଁ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ । ଖରାରେ ଅଧିକ ସମୟ ରହିବା ଦ୍ୱାରା ଆଖିରେ ଆଲର୍ଜି ସମସ୍ୟା ଦେଖା ଯାଇଥାଏ । ଆଖି ଜଳିବା, ପୋଡ଼ିବା, ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ଖରା ଦିନେ ନିଜ ଆଖିର ଯତ୍ନ ନେବା ପାଇଁ ଆପଣଙ୍କୁ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦେବାକୁ ହେବ ।

୧. ଖରା ଦିନେ ଦିନକୁ ଅତି କମରେ ୩-୪ ଥର ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ । ଏପରି କରିବା ଦ୍ୱାରା ଆଖିରେ ଥିବା ଧୂଳି ଏବଂ ମଇଳା ବାହାରକୁ ବାହାରି ଯାଇଥାଏ, ଯାହାଦ୍ୱାରା ସଂକ୍ରମଣର ଆଶଙ୍କା କମ ହୋଇଥାଏ ।

nari.punjabkesari.in

୨. ସୂର୍ଯ୍ୟର କିରଣ ପ୍ରଖର ଥିବା ସମୟରେ ଅତିବାଇଗଣୀ ରଶ୍ମୀ ଦ୍ୱାରା ଆଖି ଉପରେ ଥିବା ଟିୟର ସେଲ ଖରାପ ହେବାକୁ ଲାଗିଥାଏ । ଏଥିରୁ ନିଜ ଆଖିକୁ ବଞ୍ଚାଇବା ପାଇଁ ଘରୁ ବାହାରିବା ସମୟରେ ସନ୍‌ଗ୍ଲାସ ଲଗାଇବା ଭୁଲନ୍ତୁ ନାହିଁ ।

୩. ଆଖିରେ ଧୂଳି ବା ମଇଳା ପଶିବା ଦ୍ୱାରା କୁଣ୍ଡାଇ ହେବା ଭଳି ସମସ୍ୟା ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ଆଖିକୁ ନ ରଗଡ଼ି ଥଣ୍ଡା ପାଣିରେ ଧୋଇବା ସହ ସଫା କପଡ଼ାରେ ପୋଛନ୍ତୁ ।

nari.punjabkesari.in

୪. ଆଖିକୁ ଆରାମ ଦେବା ପାଇଁ ଭଲ ଭାବରେ ଶୋଇବା ଅତ୍ୟନ୍ତ ଆବଶ୍ୟକ । ଦିନକୁ ୮-୯ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ ।

୫. ଖରାଦିନେ ଶୀତତାପ ଯନ୍ତ୍ର ଆଗରେ ଅଧିକ ସମୟ ପର୍ଯ୍ୟନ୍ତ ବସିବା ଦ୍ୱାରା ଆଖି ଭିତର ଶୁଖିବା ଆରମ୍ଭ ହୋଇ ଯାଇଥାଏ, ଯାହା ଦ୍ୱାରା ଆଖି ଭିତର କୁଣ୍ଡାଇ ହେବାକୁ ଲାଗିଥାଏ । ଏଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ ଶୀତତାପ ଯନ୍ତ୍ର ଆଗରେ ବସନ୍ତୁ ନାହିଁ ।

ସମ୍ବନ୍ଧିତ ଖବର