ଏହି ଆହାର ଖାଆନ୍ତୁ , ଖରାଦିନେ ସୁସ୍ଥ ରୁହନ୍ତୁ

ଯଦି ଆପଣ ଆୟୁର୍ବେଦ ଉପରେ ବିଶ୍ୱାସ ରଖୁଛନ୍ତି ତେବେ ଏହାକୁ ନିଜ ଖାଦ୍ୟ-ପାନୀୟରେ ସାମିଲ କରନ୍ତୁ। ଦେଖିବେ ପ୍ରତ୍ୟେକ ଋତୁରେ ଆପଣଙ୍କ ଶରୀର ସୁସ୍ଥ ରହିବ। ସଠିକ୍‌ ଖାଦ୍ୟ ଖାଇଲେ ଶରୀରର ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଲେ ପେଟ ସମସ୍ୟା ଦେଖା ଯାଏ ନାହିଁ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ। ପ୍ରତ୍ୟେକ କାମରେ ମନ ଲାଗିଥାଏ।

ଛତୁଆ: ଖରାଦିନେ ଛତୁଆ ଖାଆନ୍ତୁ। ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ ହୋଇଥାଏ।

ଅଅଁଳା: ଶରୀରରେ ଉତ୍ତାପ ବୃଦ୍ଧି ପାଇଲେ ଅଅଁଳା ସେବନ ଲାଭପ୍ରଦ ହୋଇଥାଏ। ଗୋଟିଏ ଅଅଁଳାରେ ଭିଟାମିନ୍‌-‘ସି’ ରହିଥାଏ। ତେଣୁ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଘିଅ: ଆୟୁର୍ବେଦ ଅନୁସାରେ ଘିଅରେ ହେଲଦି ଫେଟ ରହିଥାଏ। କେବଳ ଏତିକି ନୁହେଁ ଗରମ ଦିନେ ଆମ ଶରୀର ଶୁଷ୍କ ହୋଇଯାଇଥାଏ, ପାଚନ କ୍ରିୟା ଦୁର୍ବଳ ହୋଇପଡ଼ିଥାଏ। ଏପରି କ୍ଷେତ୍ରରେ ପ୍ରତିଦିନ ଗୋଟିଏ ଚାମଚ ଘିଅ ସେବନ ନିହାତି କରନ୍ତୁ।

ଅଦା: ଗରମ ଦିନେ ତ୍ୱଚାରେ ହେଉଥିବା ଜଳାପୋଡାକୁ କମ୍‌ କରିବା ପାଇଁ ଅଦା ଖାଆନ୍ତୁ କିମ୍ବା ଅଦାର ଜୁସ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ହଳଦୀ: ହଳଦୀରେ ଆଣ୍ଟି ଭାଇରଲ, ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲର ଗୁଣ ରହିଥାଏ। ଏହା ତ୍ୱଚା ସମ୍ଭନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ବ୍ଲଡ୍‌ ସୁଗାରକୁ ବି ନିୟନ୍ତ୍ରଣରେ ରଖିଥାଏ। ହଳଦୀକୁ ଗରମ ଦିନେ ଆପଣ ଦୁଗ୍ଧ ସହିତ ମିଶାଇ ବି ପିଇ ପାରିବେ।

ପଇଡ: ଗରମ ଦିନେ ପଇଡ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ଏଥିରେ ଇଲେକ୍ଟ୍ରୋଲାଇଟ ରହିଥାଏ। ଯାହାକି ଶରୀରକୁ ସତେଜ ରଖିଥାଏ। ସେହିପରି କାକୁଡ଼ି ଓ ତରଭୂଜ ବି ପ୍ରଚୁର ପରିମାଣରେ ଖରା ଦିନେ ଖାଆନ୍ତୁ।

ସମ୍ବନ୍ଧିତ ଖବର