ଦେହରୁ ଅଧିକ ଝାଳ ବାହାରୁଛି କି ! ହୋଇପାରେ ଏହି ରୋଗ

ଦେହରୁ ଝାଳ ନିର୍ଗତ ହେବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଅଧିକ ମାତ୍ରାରେ ଝାଳ ବୋହିବା ଜଣେ ସୁସ୍ଥ ବ୍ୟକ୍ତିର ଲକ୍ଷଣ ନୁହେଁ। କାରଣ ଏହା ଫଳରେ ମନୁଷ୍ୟର ଉଭୟ ଶାରୀରିକ ଓ ମାନସିକ ଉଭୟ ସ୍ଥିତି ଅସହଜ ହୋଇଥାଏ। ଏହା କୌଣସି ଭୟାନକ ରୋଗର ଆଶଙ୍କା ସୃଷ୍ଟି କରିଥାଏ। ବୈଜ୍ଞାନିକ ତଥ୍ୟ ଅନୁଯାୟୀ ବ୍ୟାକ୍ଟେରିଆର ସଂକ୍ରମଣ ହେତୁ ଅଧିକ ଝାଳ ବୋହିଥାଏ। ଏଥିରେ ହାଡ଼ଜନିତ ସଂକ୍ରମଣ ହେବାର ଆଶଙ୍କା ଥାଏ। ଖାଲି ସେତିକି ନୁହେଁ,ଏଚ ଆଇ ଭି ସଂକ୍ରମଣ ମଧ୍ୟ ହେବାର ଆଶଙ୍କା ଥାଏ।

ଯଦି କୌଣସି ଶାରୀରିକ ଶ୍ରମ ନ କରି ସାଧାରଣଠାରୁ ଅଧିକ ମାତ୍ରାରେ ଝାଳ ବାହାରେ,ତେବେ ତାହା ହୃଦ୍‌ରୋଗର ଆଶଙ୍କାକୁ ଘନୀଭୂତ କରୁଛି। ଏହାଛଡ଼ା ଶରୀରରେ ତାପମାତ୍ରାକୁ ନର୍ମାଲ୍‌ କରିବା ପାଇଁ ମଧ୍ୟ ଅଧିକ ମାତ୍ରାରେ ଝାଳ ବାହାରିଥାଏ। ଚିନ୍ତା, ଭୟ ଓ ମାନସିକ ଉତ୍ତେଜନାହେତୁ ବି ତ୍ୱଚାରୁ ଝାଳ ବାହାରିଥାଏ। ଯୌବାନାବସ୍ଥାରେ ହରମୋନ୍‌ରେ ପରିବର୍ତ୍ତନ କାରଣରୁ ମଧ୍ୟ ଶରୀରରୁ ଅଧିକ ସ୍ୱେଦ ନିର୍ଗତ ହୋାଇଥାଏ। ଅଧିକ ଝାଳ ବାହାରିବାର ଲକ୍ଷଣ ଦେଖାଯିବା ପରେ ତୁରନ୍ତ ଏହାର ଚିକିତ୍ସା ବ୍ୟବସ୍ଥା କରାଯିବା ଉଚିତ।

ସମ୍ବନ୍ଧିତ ଖବର