ଶରୀର ପାଇଁ ସୁଇଟ୍‌ କର୍ନ ଲାଭଦାୟକ, କିପରି ଆସନ୍ତୁ ଜାଣିବା…

ସକାଳୁ ସକାଳୁ ଉଠିଲେ ସବୁ ଲୋକ ସ୍ୱାଦଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସାଧାରଣ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରି ଥିବା ସହ ଫ୍ୟାଟ୍‌ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ । ଏପରି ଅବସ୍ଥାରେ ଆପଣ କିପରି ସ୍ୱାସ୍ଥ୍ୟକର ଏବଂ ସ୍ୱାଦଯୁକ୍ତ ଖାଦ୍ୟ ଖାଇବେ ସେ ବିଷୟରେ ଭାବି ଚିନ୍ତିତ ହେଉଥିବେ ନିଶ୍ଚୟ । ତେବେ ଆଜି ଆମେ ଆପଣଙ୍କର ଏହି ଚିନ୍ତାକୁ ଦୂର କରିବୁ । ସକାଳୁ ସକାଳୁ ଦିନର ଆରମ୍ଭ କିପରି ଏକ ସ୍ୱାସ୍ଥ୍ୟକର ଖାଦ୍ୟରୁ ଆପଣ କରିବେ ସେ ବିଷୟରେ ଆଜି ଆମେ ଅପଣଙ୍କୁ ଜଣାଇବୁ । ସୁଇଟ୍‌ କର୍ନ (ମିଠା ମକା) ବିଷୟରେ ତ ଆପଣମାନେ ଶୁଣିବା ସହ ଖାଇଥିବେ ନିଶ୍ଚୟ । ବହାରକୁ ବୁଲି ଗଲା ବେଳେ ଆପଣ ଏହାକୁ କେବେ କେବେ ଖାଉଥିବେ ନିଶ୍ଚୟ । ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଯେ କେତେ ଲାଭଦାୟକ ତାହା ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସୁଇଟ୍‌ କର୍ନର ଉପକାରିତା ବିଷୟରେ ।

୧. ଯଦି ଆପଣ ନିଜ ବୟସଠାରୁ କମ ବୟସ୍କ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ସବୁ ଦିନ ମିଠା ମକା ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହା ମଣିଷକୁ ହେଉଥିବା ଶୀଘ୍ର ବୃଦ୍ଧାବସ୍ଥାରେ ପହଞ୍ଚିବାରୁ ରୋକିଥାଏ ।

୨. ପ୍ରତି ଦିନ ମୁହଁରେ ମକା ତେଲ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବାକୁ ଲାଗିବ । ଏଥିରେ ଅଧିକ ପରିମାଣରେ ମିନେରାଲ ଏବଂ ଭିଟାମିନ ଥିବାରୁ ଏହାକୁ ଖାଇବା ଏବଂ ମୁହଁରେ ଲଗାଇବା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବା ସହ ଚେହେରା ଚମକି ଥାଏ ।

୩. ଆଜିକାଲି ବଢ଼ୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ମୁହଁରେ ହେଉଥିବା ଆକ୍‌ନେକୁ ଦୂର କରିବା ପାଇଁ ମକାର ପେଷ୍ଟ ହେଉଛି ଏକ ଲାଭଦାୟକ ଉପାୟ । ଏଥିରେ ଭିଟାମିନ E ଅଧିକ ପରିମାଣରେ ଥିବାରୁ ଏହାର ପେଷ୍ଟ ମୁହଁରେ ଲଗାଇଲେ ଆକ୍‌ନେ ଦୂର ହୋଇଥାଏ ।

୪. ମକା ତେଲକୁ ମୁଣ୍ଡରେ ଭଲ କରି ମାଲିସ କଲେ ରକ୍ତ ସଞ୍ଚଳନ ଠିକ୍‌ ହେବା ସହ କେଶ ମଜବୁତ ହୋଇଥାଏ ।

୫. ଏଥିରେ ଭିଟାମିନ C, ଲାଇକୋପିନ ଏବଂ ବିଭିନ୍ନ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହା କେଶ ଝଡ଼ିବାରୁ ମୁକ୍ତି ଦେଇଥାଏ ।

୬. ଏହା ଆନେମିଆ ହେବାରୁ ବଞ୍ଚାଇଥାଏ । ଶରୀରରେ ଭିଟାମିନ୍‌ B୧୨,ଆଇରନ୍‌ ଏବଂ ଫୋଲିକ୍‌ ଏସିଡ଼୍‍ ଅଭାବ ହେଲେ ଆନେମିଆ ହୋଇଥାଏ । ସୁଇଟ୍‌ କର୍ନରେ ଏହି ସବୁ ଜିନିଷ ଅଧିକ ପରିମାଣରେ ଥିବାରୁ ଏହାକୁ ପ୍ରତି ଦିନ ଖାଇଲେ ଆନେମିଆ ହୋଇ ନଥାଏ ।

୭. ଏଥିରେ ସହଜରେ ମିଶି ପରୁଥିବା ଫାଇବର ଥାଏ । ଯାହା କି ଶରୀର ମଧ୍ୟକୁ ଯିବା ପରେ ଜେଲରେ ପରିଣତ ହୋଇଯାଇଥାଏ । ଏହି ଜେଲ ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରଲକୁ ଶୋଷି ନେଇଥାଏ । ଯାହା ଫଳରେ କି ରକ୍ତରେ କୋଲେଷ୍ଟ୍ରଲର ପରିମାଣ ନିୟନ୍ତ୍ରିତ ହୋଇ ରହିଥାଏ ।

୮. ଅନ୍ୟ ପନି ପରିବା ଅପେକ୍ଷା ଏହାକୁ ଖାଇଲେ ଅଧିକ ଶକ୍ତି ମିଳିଥାଏ । ସେଥି ପାଇଁ ଆଥ୍‌ଲେଟ୍‌ମାନେ ନିଜର ଶକ୍ତିକୁ ବଢ଼ାଇବା ପାଇଁ ଗୋଟେ କପ ସୁଇଟ୍‌ କର୍ନ ଖାଇଥାନ୍ତି ।

୯. ଏହା କୋଷ୍ଠକାଠିନ୍ୟକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ୱାରା ହଜମ ହୋଇ ନଥିବା ଖାଦ୍ୟ ହଜମ ହୋଇଯିବା ସହ ଡ଼ାଇରିଆ ହୋଇ ନଥାଏ । +

ସମ୍ବନ୍ଧିତ ଖବର