ଅଧିକ ମିଠା ଖାଇଲେ ମଧୁମେହ ରୋଗ ହୋଇ ନ ଥାଏ !

0 2,827

ସାଧାରଣତଃ ଜଣେ ଯଦି ଅଧିକ ମିଠା ଖାଇଥାଏ,ତେବେ ତାକୁ ଅନ୍ୟମାନେ କହନ୍ତି,‘ବେଶୀ ମିଠା ଖାଆନି, ନ ହେଲେ ଡାଏବେଟିସ୍‌ ହୋଇଯିବ। କିନ୍ତୁ ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହେବାର ଆଶଙ୍କା ଥାଏ ବୋଲି ଯାହା କୁହାଯାଏ , ତାହା ସତ ନୁହେଁ ବୋଲି ଏକ ଗବେଷଣାରୁ ଜଣାଯାଇଛି।
ସୁଗାର୍‌ ଅଧିକାଂଶ ଫଳ ଓ ପନିପରିବାରେ ରହିଛି। ଦୁଇ ପ୍ରକାରର ମଧୁମେହ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ଟାଇପ୍‌ -୧ ଓ ଅନ୍ୟଟି ହେଲା ଟାଇପ୍‌-୨।
ଟାଇପ୍‌-୧ ମଧୁମେହରେ ଇନ୍‌ସୁଲିନ୍‌ ଉତ୍ପାଦକ କୋଷଗୁଡିକ ଆପଣଙ୍କର ସୁରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ ହୋଇଥାଏ। କିନ୍ତୁ ଟାଇପ୍‌-୨ ମଧୁମେହରେ ଆପଣଙ୍କ ଶରୀର ପାନକ୍ରିୟା ଦ୍ୱାରା ଉତ୍ପାଦିତ ଇନ୍‌ସୁଲିନ୍‌ର ପ୍ରୟୋଗ କରିବାରେ ଅକ୍ଷମ।
ଟାଇପ୍‌-୨ ମଧୁମେହରେ ପୀଡ଼ିତ ହେଲେ ଶୀଘ୍ର ମୋଟାପାର ଶିକାର ହୋଇଯାଆନ୍ତି। ଜଙ୍କ୍‌ ଫୁଡ୍‌ ଓ ଶର୍କରା ଜାତୀୟ ପାନୀୟ ସେବନ କଲେ ଏହା ହେବାର ଆଶଙ୍କା ଅଧିକ ଥାଏ।


ଏଣୁ ଅତ୍ୟଧିକ ଶର୍କରା ଜାତୀୟ ଖାଦ୍ୟ ବା ମିଠା ଖାଇଲେ ମଧୁମେହ ହେବାର ଆଶଙ୍କା ନ ଥାଏ। ଅଧିକ ମିଠା ଖାଇଲେ ଶରୀରର ମୋଟାପା ବଢ଼ିଥାଏ ଓ ଏହା ଅନ୍ୟାନ୍ୟ ରୋଗର କାରଣ ବି ହୋଇପାରେ।
ଏଣୁ ଅଧିକ ମିଠା ଖାଇଲେ ଅନ୍ୟାନ୍ୟ ରୋଗ ଯେପରି ନ ହୁଏ ସେଥିପାଇଁ ନିୟମିତ ବ୍ୟାୟାମ ବା ଶାରୀରିକ ଶ୍ରମ କରିବା ଉଚିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.