ଅତିଥିଙ୍କୁ ଖାଇବାକୁ ଦେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପର୍ବପର୍ବାଣି ବା କୌଣସି ଭଲ ଖବର ମିଳିବା ପରେ ଲୋକମାନେ ସେମାନଙ୍କ ସମ୍ପର୍କିୟମାନଙ୍କୁ ଘରକୁ ଡ଼କାଇଥଆନ୍ତି । ଏହା ସହ ସେମାନଙ୍କ ଅତିଥି ଚର୍ଚ୍ଚାରେ ଯେପରି କିଛି କମ ନ ହୁଏ ସେଥିପାଇଁ ଅନେକ ପ୍ରୟାସ କରି ଥାଆନ୍ତି । ବିଭିନ୍ନ ବ୍ୟଞ୍ଜନ ରାନ୍ଧିବା ସହ କେଉଁ ଭଳି ତାଙ୍କୁ ସ୍ୱାଗତ କରିବେ ସେ ନେଇ ଯୋଜନା କରିଥାଆନ୍ତି । ତେବେ ଯଦି ଏତେ ସବୁର ଅଯୋଜନ କରିବା ପରେ ଆପଣଙ୍କୁ ତାହାର ମୁଲ୍ୟ ନ ମିଳେ? ଅତିଥି ଚର୍ଚା କରିବା ପାଇଁ ଖାଲି ଅୟୋଜନ ନୁହେଁ ସଠିକ୍‌ ଅୟୋଜନ ମଧ୍ୟ କରିବା ଦରକାର । ଯାହାକୁ ଦେଖିବା ପରେ ଆପଣଙ୍କ ଘରକୁ ଆସିଥିବା ଅତିଥି ଆପଣଙ୍କ ପ୍ରଶଂସା ନ କରି ରହି ପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର ।

୧.ଅତିଥିଙ୍କୁ ଖାଇବାକୁ ଦେବା ପୂର୍ବରୁ ଘରର କେଉଁ ସ୍ଥାନରେ ଖାଇବାକୁ ଦେବେ ତାହା ବାଛି ନିଅନ୍ତୁ । ଯଦି ଘରକୁ ଆସିଥିବା ଅତିଥିଙ୍କ ସଂଖ୍ୟା କମ ତେବେ ଡ଼ାଇନିଙ୍ଗ ଟେବୁଲରେ ବସାଇ ଖାଇବାକୁ ଦିଅନ୍ତୁ ।
୨. ଡ଼ାଇନିଙ୍ଗ ଉପରେ ବସାଇ ଖାଇବାକୁ ଦେଉଥିଲେ ତା’ ଉପରେ ପଡ଼ିଥିବା କପଡ଼ା ସଫା ଅଛି କି ନାହିଁ ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସେଥିପାଇଁ ଆପଣ ସିଲ୍‌କ ବା ଫ୍ଲୋରାଲ ପ୍ରିଣ୍ଟର କଭର ବ୍ୟବହାର କରି ପାରିବେ ।

chretiensaujourdhui.com

୩. ଉପରେ ଖାଇବାକୁ ଦେଉଥିବା ବେଳେ ତା’ ଉପରେ ରଖା ଯାଇଥିବା ଜିନିଷ ସବୁ ଠିକ୍‌ ସ୍ଥାନରେ ଅଛି କି ନାହିଁ ଧ୍ୟାନ ରଖନ୍ତୁ । ସାଲାଡ଼୍‍ ଏବଂ ଚପାତିକୁ ଡ଼ାଇନିଙ୍ଗ ଟେବୁଲର ବାମ ପଟେ ରଖିବା ସହ ଛୁରି ଏବଂ ଚାମଚକୁ ଡ଼ାହାଣ ପଟେ ରଖନ୍ତୁ ।
୪. ଖାଇବାକୁ ଦେବା ସମୟରେ ସବୁଠାରୁ ଜରୁରୀ ହେଉଛି ନାପ୍‌କିନ୍‌ । ଖାଇବା ସମୟରେ ହାତ ସଫା କରିବା ପାଇଁ ନାପ୍‌କିନ୍‌ର ବ୍ୟବହାର କରାଯାଇଥାଏ । ସେଥିପାଇଁ ମନେ କରି ନାପ୍‌କିନ୍‌କୁ ଟେବୁଲ ଉପରେ ରଖି ଦିଅନ୍ତୁ ।
୫. ଡ଼ାଇନିଙ୍ଗ ଟେବୁଲ ମଝିରେ ଫୁଲଦାନୀ ରଖନ୍ତୁ । ଲୁଣ,ଆଚାର ଏବଂ ଲଙ୍କା ରଖିବାକୁ ଆଦୌ ଭୁଲନ୍ତୁ ନାହିଁ ।

Renomania

୬.ଖାଇବା ସବୁବେଳେ ବାମପଟୁ ଦେବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଖାଦ୍ୟ ବାଢ଼ିବା ସହଜ ହୋଇଯିବ ।
୭.ଖାଇବା ପରେ ଅଇଁଠା ଥାଳି ଉଠାଇବା ପରେ ହିଁ ଡ଼େଜର୍ଟ ଦିଅନ୍ତୁ ।

ସମ୍ବନ୍ଧିତ ଖବର