ଦୈନିକ ଭୋଜନରେ ଦହି ସାମିଲ୍‌ କଲେ ହୃତ୍‌ଘାତ ଆଶଙ୍କାକୁ ରୋକା ଯାଇପାରେ: ଗବେଷଣା

ଏବେ ଗରମ ଋତୁ ଚାଲୁଥିବା ହେତୁ ଏହି ସମୟରେ ଆମକୁ ଡାଏଟିଂ ଉପରେ ଧ୍ୟାନ ରଖିବା ଆବଶ୍ୟକ । ଏଥିସହିତ ଶରୀରକୁ ଥଣ୍ଡା କରିବାକୁ ହେଲେ ବି ଆମକ ନିତିଦିନିଆ ଖାଦ୍ୟରେ ଦହିର ସେବନ କରିବା ଜରୁରୀ। କାରଣ ଏହା ଆମର ସ୍ୱାସ୍ଥ୍ୟ ଏବଂ ହୃଦୟ ଉଭୟ ଲାଗି ହିଁ ବହୁତ ଲାଭପ୍ରଦ। ଦହି ହେଉଛି ଏପରି ଏକ ଖାଦ୍ୟଦ୍ରବ୍ୟ ଯାହାକୁ ଆମେ ଏକ ସ୍ନାକ୍ସ ଭଳି ଡାଏଟ୍‌ରେ ସମିଲ୍‌ କରିବା ମଧ୍ୟ ଜରୁରୀ ଅଟେ। ଯେଉଁ କାରଣକୁ ନେଇ ସପ୍ତାହକ ମଧ୍ୟରେ ଯଦି ଆମେ କେବଳ ଦୁଇଥର ହିଁ ଆମ ଡାଏଟ୍‌ରେ ଦହିକୁ ସାମିଲ୍‌ କରୁ ତ, ତେବେ ଏହା ଆମର ବ୍ଲଡ୍‍ପ୍ରେସର୍‌କୁ ନିୟନ୍ତ୍ରଣ ରଖିବା ସହିତ ଉଚ୍ଚ ରକ୍ତଚାପ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟା ହେବାଠାରୁ ବି ଆମକୁ ବଞ୍ଚାଇ ଥାଏ।

ସୂଚନା ଅନୁଯାୟୀ, ଦହିକୁ ନେଇ ଆମେରିକା ଜର୍ଣ୍ଣାଲ୍‌ ଅଫ୍‌ ହାଇପର୍‌ଟେନ୍‌ସନ୍‌ରେ ପ୍ରକାଶିତ ଏକ ପ୍ରବନ୍ଧରେ କୁହାଯାଇଛି କି ,ଦହି କାର୍ଡ଼ିୟୋଭାସ୍କୁଲାର ହେଲ୍‌ଥ ଲାଗି ଅତ୍ୟନ୍ତ ହିତକାରୀ ବୋଲି ପ୍ରମାଣିତ ହୋଇଛି। ଯଦି ଜଣେ ଖାଦ୍ୟରେ ଦହିର ସେବନ କରୁଥା’ନ୍ତି , ତେବେ ଏହାକୁ ଖାଇବା ଦ୍ୱାରା ମହିଳାଙ୍କ କ୍ଷେତ୍ରରେ ପାଖାପାଖି ୩୦ ପ୍ରତିଶତ ଏବଂ ପୁରୁଷଙ୍କ କ୍ଷେତ୍ରରେ ୧୯ ପ୍ରତିଶତ ହୃତ୍‌ଘାତ ଆଶଙ୍କା ଟଳି ଯାଇଥାଏ।

ଏହାବ୍ୟତୀତ ଯେଉଁ ଲୋକମାନେ ହାଇପରଟେନ୍‌ସନ୍‌ ସମସ୍ୟା ଦେଇ ଗତି କରୁଛନ୍ତି, ଯଦି ସେମାନେ ସେମାନଙ୍କ ଡାଏଟ୍‌ରେ ଦୁଇ ଥର ଦହିକୁ ସାମିଲ୍‌ କରନ୍ତି ତେବେ ତାହା ତାଙ୍କ ଠାରେ ହେବାକୁ ଥିବା କାର୍ଡ଼ିୟୋଭାସ୍କୁଲାର ସମସ୍ୟା ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

ସମ୍ବନ୍ଧିତ ଖବର