ପେଟପୁରା ନ ଖାଇଲେ ଭୋଗିପାରନ୍ତି ଏସବୁ କଷ୍ଟ!

ଆଜିକାଲି    ବ୍ୟସ୍ତ ଜୀବନ ଶୈଳୀ  ଭିତରେ  ଅନେକ  ଲୋକ ଖାଇବାକୁ  ସମୟ  ମିଳୁନାହିଁ  ବୋଲି କହନ୍ତି ।  ସେମାନେ  ନା ଠିକ୍‌  ସମୟରେ  ଖାଇପାରନ୍ତି  ନା ପେଟପୁରା  ମନପସନ୍ଦ  ଖାଇପାରନ୍ତି ।  କିନ୍ତୁ ଜାଣନ୍ତିକି  ଏହା ଆପଣଙ୍କୁ  ଅସୁସ୍ଥ କରିପାରେ ।
ପେଟପୁରା  ନ ଖାଇଲେ,  ପ୍ରତିଦିନ ଶରୀରକୁ  ଆବଶ୍ୟକୀୟ ପୁଷ୍ଟି ମିଳି ନ ଥାଏ । ଯଦି ଏହା ବେଶି ଦିନ  ଯାଏଁ  ଚାଲିଥାଏ, ତେବେ  ଆପଣ  କେତେକ  ଗମ୍ଭୀର  ଶାରୀରିକ  ସମସ୍ୟା ଭିତରେ ପଡ଼ିପାରନ୍ତି ।
  ଯଦି ଆପଣ  କ୍ଷୁଧାର୍ତ୍ତ ରହନ୍ତି ବା ଯେତିକି ଖାଦ୍ୟ  ଆବଶ୍ୟକ, ତାହା ନ ଖାଆନ୍ତି, ତେବେ  ଶରୀରରେ ଗ୍ଲୁକୋଜ୍‌ର  ମାତ୍ର ଯଥେଷ୍ଟ  ହ୍ରାସ  ପାଇଥାଏ ।  ଏହାର ଫଳସ୍ୱରୂପ  ବ୍ଲଡ ସୁଗାର୍‌  ସ୍ତର କମ୍‌  ହୋଇଯାଇଥାଏ । ଫଳତଃ  ଆପଣଙ୍କୁ କ୍ଲାନ୍ତି ଲାଗି ପାରେ ଓ ମୁଣ୍ଡବିନ୍ଧାର  ଶିକାର ହୋଇପାରନ୍ତି ଆପଣ ।
   ଯଦି  ସଠିକ୍‌  ମାତ୍ରାରେ  ଭୋଜନ  କରିବେ ନାହିଁ, ତେବେ  ପେଟରେ ଖାଦ୍ୟ ହଜମ  କରୁଥିବା  ଅମ୍ଲ  ପେଟରେ  କୁପ୍ରଭାବ  ପକାଇଥାଏ । ଏହା ଫଳରେ  ଆପଣ  ଏସିଡିଟି ଭଳି ସମସ୍ୟା ଘେରକୁ  ଆସିବେ ।
    ପ୍ରଚୁର ଖାଦ୍ୟ  ନ ଖାଇବା ଦ୍ୱାରା  ଶରୀରରେ ଫାଇଭର୍‌ର ମାତ୍ରା କମ୍‌  ହୋଇଯାଏ ।  ଏହାଫଳରେ କୋଷ୍ଠକାଠିନ୍ୟର ଶିକାର  ହୋଇପାରନ୍ତି ।
ସମ୍ବନ୍ଧିତ ଖବର