ଠିକ୍‌ ସମୟରେ ନ ଖାଇଲେ ଏହି ଅସୁବିଧା ଭୋଗି ପାରନ୍ତି

ସଂପ୍ରତି ଅଧିକାଂଶ ଲୋକେ ବ୍ୟସ୍ତବହୁଳ ଜୀବନ ବିତାଉଛନ୍ତି। କେହି କେହି ବିଭିନ୍ତ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅନେକ ଲୋକ ଖାଇବାକୁ ସମୟ ମିଳୁ ନାହିଁ ବୋଲି କହନ୍ତି । ସେମାନେ ନା ଠିକ୍‌ ସମୟରେ ଖାଇପାରନ୍ତି ନା ପେଟପୁରା ମନପସନ୍ଦ ଖାଇ ପାରନ୍ତି । ଏହାକୁ ନେଇ ଚିନ୍ତିତ ଥାନ୍ତି ବା ଏହାକୁ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଉଚିତ ମାତ୍ରାରେ ଖାଦ୍ୟ ଗ୍ରହଣ ନ କରିଲେ ଠିକ୍‌ ଭାବେ ନିଦ ହୁଏ ନାହିଁ ବୋଲି ଭୁଲି ଯାଆନ୍ତି।

photo-youtube

ଯଦି ଠିକ୍‌ ସମୟରେ ନା ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍‌ ବଦଳରେ ଶରୀରରେ ଥିବା ଫ୍ୟାଟ୍‌କୁ ବର୍ଣ୍ଣ କରି ଶକ୍ତି ଦେଇଥାଏ । ଏଥିପାଇଁ ଇନ୍‌ସୁଲିନ୍‌ ସ୍ତର ହ୍ରାସ ପାଇଥାଏ ଓ ରେକିସିନ୍‌ ନାମକ ହରମୋନ୍‌ର ସ୍ରାବ ବଢିଯାଏ । ଏଭଳି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଶରୀରକୁ ଅଧିକ ଏଡ୍ରୋନାଲାଇନ୍‌ର ସ୍ରାବର ସଙ୍କେତ ଦେଇଥାଏ, ଯାହା ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ । କ୍ରମାଗତଭାବେ ଏଭଳି କରିଲେ, ଆପଣ ଅନିଦ୍ରା, ଭଳି ରୋଗ ଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଉପୁଜେ ।

ସମ୍ବନ୍ଧିତ ଖବର