ଟାଟୁ କରିଥିବା ପୁଅମାନଙ୍କ ସଂପର୍କରେ ଏକଥା ଜାଣନ୍ତି କି?

ଆଜିକାଲି ଟାଟୁ କରିବା ଏକ ଫ୍ୟାଶନ ହୋଇଗଲାଣି । ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ଟାଟୁ କରିବାକୁ ନେଇକି ସମସ୍ତଙ୍କ ମନରେ ରହିଛି ଆକର୍ଷଣ। କିନ୍ତୁ ଆପଣ ଜାଣିଛନ୍ତି କି ଟାଟୁ କରିଥିବା ପୁଅ ଧୋକାବାଜ୍‌ ହୋଇଥାନ୍ତି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଟାଟୁ କରିଥିବା ପୁଅମାନେ ଧୋକାବାଜ ହୋଇଥାନ୍ତି । ଏହି ଗବେଷଣାରେ ପୁଅଙ୍କୁ ଟାଟୁବାଲି ଝିଅଙ୍କ ଏବଂ ଝିଅଙ୍କୁ ଟାଟୁ କରିଥିବା ପୁଅଙ୍କ ଫଟୋ ଦେଖାଯାଇଥିଲା । ପୁଅଙ୍କୁ ଟାଟୁ ହୋଇଥିବା ଝିଅଙ୍କ ଛବିଟି ଭଲ ଲାଗିଲା ।

କିନ୍ତୁ ଝିଅଙ୍କ କ୍ଷେତ୍ରରେ ଘଟିଥିଲା ବ୍ୟତିକ୍ରମ । ଅର୍ଥାତ୍‌ ଟାଟୁବାଲା ପୁଅଙ୍କଫଟୋ ଝିଅଙ୍କୁ ଭଲ ଲାଗିଲାନି । ସେହି ଗବେଷଣାରୁ ଆହୁରି ମଧ୍ୟ ଜଣାଗଲା ଯେ ଟାଟୁ କରିଥିବା ପୁଅମାନେ ଅଧିକ ଅହଂକାରୀ ଏବଂ କ୍ରୋଧୀ । ପର୍ସନାଲିଟି ଏବଂ ଇଣ୍ଡିଭିଜୁଆଲ ମାଗାଜିନ୍‌ରେପ୍ରକାଶିତ ସେହି ଗବେଷଣାରେ କୁହାଯାଇଛି ଯେ ଟାଟୁ କରିଥିବା ପୁଅମାନେ ସାଧାରଣ ପୁଅଙ୍କ ଠାରୁ ସୁସ୍ଥ ଅଟନ୍ତି ।

ସମ୍ବନ୍ଧିତ ଖବର