ଥାଇ ମାଗୁର ମାଛ ଖାଉଛନ୍ତି କି ? ହୋଇପାରେ କ୍ୟାନ୍ସର

ମୁମ୍ବାଇ: ଆପଣ ଥାଇ ମାଗୁର ମାଛ ଖାଉଛନ୍ତି କି, ଯଦି ହଁ ତେବେ ତୁରନ୍ତ ଏହି ମାଛ ଖାଇବା ବନ୍ଦ କରନ୍ତୁ | କାରଣ ଏହି ମାଛ ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହେବାର ସାମ୍ନାକୁ ଆସିଛି | ସେଥିପାଇଁ ରାଜ୍ୟରେ ଚାଲିଥିବା ଥାଇ ମାଗୁର ମାଛ ଉତ୍ପାଦନ କେନ୍ଦ୍ର ନଷ୍ଟ କରିବାକୁ ଏବେ ମହାରାଷ୍ଟ୍ର ସରକାର ଜୋରଦାର ଅଭିଯାନ ଚଳାଇଛନ୍ତି | ରାଜ୍ୟ ପଶୁପାଳନ ମନ୍ତ୍ରୀ ଆସଲାମ ଶେଖ କହିଛନ୍ତି ଯେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ୨୦୦୦ ମସିହାରେ ଏହି ମାଛ ଉପରେ ପ୍ରତିବନ୍ଧକ ଲଗାଇଥିଲେ ବି ରାଜ୍ୟରେ ଏହାକୁ ଠିକ ଭାବରେ ପାଳନ କରାଯାଇନଥିଲା |

Photo-New Indian express

ଯେଉଁଥିପାଇଁ ବେଧଡକ ଭାବେ ଏହି ମାଛ ବିକ୍ରି କରାଯାଉଥିଲା | ଥାଇ ମାଗୁର ମାଛ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବାବେଳେ ଏହାର ଉତ୍ପାଦନ କେନ୍ଦ୍ର ନଷ୍ଟ କରିବା ପାଇଁ ଏବେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି | ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ୨୮ ଟନ ବିଦେଶୀ ଥାଇ ମାଗୁର ମାଛ ଜବତ କରାଯାଇଥିବାବେଳେ ଏହାକୁ ନଷ୍ଟ କରାଯାଇଛି |

ସେହିପରି ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟରେ ଏହା ମାଛ ଉତ୍ପାଦନ କେନ୍ଦ୍ର ବନ୍ଦ କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏହା ପରେ ଯିଏ ଏହି ମାଛ ଉତ୍ପାଦନ କରିବ, ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି | ଏହି ମାଛ ଖାଇବା ଦ୍ୱାରା କ୍ୟାନ୍ସର, ଡାଇବେଟିସ ଭଳି ଘାତକ ରୋଗ ହୋଇଥାଏ | ବିଶେଷଜ୍ଞଙ୍କ କହିବା କଥା ଏହି ବିଦେଶୀ ମାଛ ଖାଇବା ଦ୍ୱାରା ବିଭିନ୍ନ ରୋଗ ହୋଇର୍ଥାଏ |

ସମ୍ବନ୍ଧିତ ଖବର