ଦୈନିକ କୋଟି କୋଟି ଲୋକ କରୁଛନ୍ତି ଏହି ଭୁଲ୍‌, ଆଜି ହିଁ କରନ୍ତୁ ସଂଶୋଧନ

ଲେମ୍ବ ସରବତରେ ବହୁ ଉପକାରୀ ଗୁଣ ରହିଛି। ଦୈନିକ ସକାଳୁ ଲେମ୍ବୁ ସରବତ ପିଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ। ମୋଟାପଣ କମାଇବା ପାଇଁ ଅନେକ ଲୋକ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇଥାନ୍ତି। ଲେମ୍ବୁରେ ଚୟପଚୟ କ୍ଷମତା ଅତ୍ୟାଧିକ ହୋଇଥିବାରୁ ସୁସ୍ଥ ଜୀବନ ପାଇଁ ଏହା ନିହାତି ଆବଶ୍ୟକ। ଏଥିରେ ପ୍ରଚୁର ପରିମଣର ଭିଟାମିନ୍‌ ‘ସି’ ରହିଛି। ଗୋଟାଏ ଭଲ ଲେମ୍ବୁ ପ୍ରାୟ ୧୮୭% ଭିଟାମିନ୍‌ ‘ସି’ ପ୍ରଦାନ କରିଥାଏ। ଖାଲି ସେତିକି ନୁହେଁ ଏଥିରେ ଯଥେଷ୍ଟ ପରିମାଣରେ ପଟାସିୟମ୍‌, ମ୍ୟାଗ୍‌ନେସିୟମ୍‌ ଏବଂ କପର୍‌ ରହିଛି। ତା’ ସତ୍ତ୍ୱେ ବି ଅଧିକାଂଶ ସମୟରେ ଲେମ୍ବୁ ସରବତ ଆମ ପାଇଁ ବିଶେଷ ଲାଭପ୍ରଦ ହୋଇନଥାଏ। କାହିଁକି ନା, ଆମେ ତାହାକୁ ଭୁଲ୍‌ ଭାବେ ପ୍ରୟୋଗ କରିଥାନ୍ତି।

ସାଧାରଣତ ଅଧିକାଂଶ ଲୋକ କିଛି ଗରମ ପାଣି ହେଉ ବା ଥଣ୍ଡା ପାଣି ହେଉ ସେଥିରେ କିଛି ଲେମ୍ବୁ ରସ ମିଶ୍ରଣ କରିବା ପରେ ପିଇଥାଉ। ମାତ୍ର ମନେ ରଖନ୍ତୁ ଲେମ୍ବୁ ରସ ପରି ଲେମ୍ବୁର ଚୋପା ମଧ୍ୟ ଖୁବ୍‌ ଉପାକରୀ ହୋଇଥାଏ। ତେଣୁ କେବଳ ଲେମ୍ବୁ ରସକୁ ନପିଇ ଆମେ ତାହାର ଚୋପରଯ ପ୍ରୟୋଗ ଜାଣିଲେ ବେଶି ଫଳପ୍ରଦ ହେବ। ଲେମ୍ବୁକୁ ୨ ଖଣ୍ଡ କରି କାଟି ନଦେଇ ଅନେକ ଖଣ୍ଡ କରି କାଟି ଦିଅନ୍ତୁ। କିିଛି ଗରମ ପାଣି ହେଉ ବା ଥଣ୍ଡା ପାଣି ହେଉ ସେଥିରେ ତାହାକୁ ପକାଇ ଦିଅନ୍ତୁ। ସେଥିରୁ ମାତ୍ର କିଛି ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଯଦି ଆହୁରି କିଛି ଲେମ୍ବୁ କଟା ରହିଯାଇଛି ଆପଣ ତାହାକୁ ନିଜ ପାଣି ବଟଲ, ଜଗ୍‌ ଆଦିରେ ପକାଇ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପାଣିକୁ ପିଇପାରନ୍ତି।

ସମ୍ବନ୍ଧିତ ଖବର