ଭୁଲ ସମୟରେ ଏବଂ ଅଧିକ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀରରେ ଏହି ସବୁ ସମସ୍ୟା ଦେଖା ଯାଇଥାଏ

ସାଧାରଣତଃଭାବେ ଲୋକମାନେ ନିଜର ଓଜନ କମ୍‌ କରିବା ପାଇଁ ଗ୍ରୀନ୍‌ ଟିର ସେବନ କରିଥାନ୍ତି । କିନ୍ତୁ ଏହା ଶରୀର ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ । ଦରକାରଠାରୁ ଅଧିକ ଗ୍ରୀନ୍‌ ଟି ପିିଇବା ଦ୍ୱାରା ବା ଭୁଲ ସମୟରେ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀରକୁ ଫାଇଦା ମିଳିବା ପରିବର୍ତ୍ତେ କ୍ଷତି ପହଞ୍ଚିଥାଏ । ଦିନକୁ କେବଳ ୨-୩କପ୍‌ ଗ୍ରୀନ୍‌ ଟି ପିଇବା ଦରକାର । ଏହା ଠାରୁ ଅଧିକ ଗ୍ରୀନ୍‌ ଟି ପିଅନ୍ତୁ ନାହିଁ। ଆସନ୍ତୁ ଜାଣିବା ଭୁଲ ସମୟରେ ବା ଅଧିକ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ ।

୧.ଗ୍ରୀନ୍‌ ଟିରେ ଥିବା ୨୨୭ ଗ୍ରାମ୍‌ ଚା’ରେ ୨୪-୪୫ ମିଲିଗ୍ରାମ୍‌ କେଫିନ୍‌ ରହିଥାଏ । ଯାହାଦ୍ୱାରା ହୃଦୟର ସ୍ପନ୍ଦନ ଅନିୟମିତ ହେବା ସହ ହୃଦ୍‌ଜନିତ ସମସ୍ୟା ଆରମ୍ଭ ହୋଇ ଯାଇଥାଏ ।

nari.punjabkesari.in

୨.ଅଧିକ ଗ୍ରୀନ୍‌ ଟି ପିିଇବା ଦ୍ୱାରା ଏହାର ଖରାପ ପ୍ରଭାବ ପାଚନକ୍ରିୟାରେ ପଡ଼ିଥାଏ । ଯାହାଦ୍ୱାରା ପେଟ ବିନ୍ଧା ହେବା, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

୩. ଅଧିକ ମାତ୍ରରେ ଗ୍ରୀନ୍‌ ଟି ପିଇବା ଦ୍ୱାରା ଆନେମିଆ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

nari.punjabkesari.in

୪.ଦିନକୁ ଦରକାରଠାରୁ ଅଧିକ ଗ୍ରୀନ୍‌ ଟି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଭଳି ସମସ୍ୟା ଆରମ୍ଭ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର