ଶାକାହାରୀ ଲୋକମାନେ ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଆବଶ୍ୟକ

ସୁସ୍ଥ ରହିବା ପାଇଁ ଯେତିକି ଆବଶ୍ୟକତା ଭିଟାମିନ ଏବଂ କ୍ୟାଲ୍‌ସିୟମର ହୋଇଥାଏ ସେତିକି ଆବଶ୍ୟକତା ଆଇରନର ମଧ୍ୟ ରହିଥାଏ । ଶରୀରରେ ଆଇରନର ଅଭାବ ଦେଖାଗଲେ ଏନେମିଆ ଭଳି ରୋଗ ଦେଖା ଦେଇଥାଏ । ଶରୀରକୁ ଠିକ୍‌ ଭାବରେ ଚଳାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶରୀରରେ ରକ୍ତର ଅଭାବ ଦେଖାଗଲେ ଥକାପଣ, ନିଶ୍ୱାସ ନେବାରେ ଅସୁବିଧା, ମାଂସପେଶୀରେ କଷ୍ଟ ଅନୁଭବ ହେବା, ଚେହେରାର ରଙ୍ଗ ଫିକା ପଡ଼ିବା, ନଖ ଭାଙ୍ଗିବା, କେଶ ଝଡ଼ିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଶରୀରରେ ଆଇରନର ଅଭାବକୁ ଦୂର କରିବା ପାଇଁ ମାଂସାହାରୀ ଲୋକ ମାଛ ମାଂସ ଖାଇ ଆଇରନର ଅଭାବ ଦୂର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଶାକାହାରୀ ଲୋକ କ’ଣ ଖାଇଲେ ଆଇରନର ଅଭାବ ଦୂର କରି ପାରିବେ ସେ ନେଇ ଚନ୍ତାରେ ପଡ଼ିଥାନ୍ତି । ତେବେ ଆଜି ଆପଣଙ୍କ ସେହି ଚିନ୍ତାକୁ ଦୂର କରିବୁ । ଶାକାହାରୀ ଲୋକ କ’ଣ ଖାଇ ନିଜ ଶରୀରରେ ଆଇରନର ପରିମାଣକୁ ଠିକ୍‌ ରଖି ପାରିବେ ଆସନ୍ତୁ ଜାଣିବା…
୧. ଶାକାହାରୀ ଲୋକମାନଙ୍କ ପାଇଁ କିସ୍‌ମିସ୍‌ ହେଉଛି ଅତ୍ୟନ୍ତ ଲାଭଦାୟକ । ଯେଉଁ ଲୋକମାନେ ମାଛ-ମାଂସ ଖାଇବାରେ ରୁଚି ରଖନ୍ତି ନାହିଁ ସେମାନେ ଏହାକୁ ଖାଇ ପାରିବେ । କିସ୍‌ମିସ୍‌ରେ ଆଇରନ ଏବଂ ଭିଟାମିନର ପରିମାଣ ଅଧିକ ମାତ୍ରାରେ ରହିଥାଏ । ଏହାକୁ ଖାଇ ଶାକାହାରୀ ଲୋକମାନେ ଶରୀରରେ ଆଇରନର ଅଭାବକୁ ଦୂର କରି ପାରିବେ ।

Truweight

୨. କାଜୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ । ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଫସ୍‌ଫରସ୍‌, ପ୍ରୋଟିନ, ଫାଇବର, ଭିଟାମିନ୍‌ E ସହ ଆଇରନର ପରିମାଣ ମଧ୍ୟ ଅଧିକ ପରିମାଣରେ ଥାଏ । ୧୦ଗ୍ରାମ କାଜୁରେ ୦.୩ମିଲିଗ୍ରାମ ଆଇରନ ରହିଥାଏ । ଯାହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ।

IndiaMART

୩. ପୋଇରେ କ୍ୟାଲ୍‌ସିୟମ, ଫାଇବର ଏବଂ ଆଇରନର ପରିମାଣ ଅଧିକ ପରିମାଣରେ ଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରୁ ଅନେକ ସମସ୍ୟା ଦୂର ହୋଇଥାଏ ।
୪. ଶାକାହାରୀ ଲୋକମାନେ ଶରୀରରୁ ଆଇରନ ଅଭାବ ଦୂର କରିବା ପାଇଁ ବ୍ରୋକଲିର ସେବନ ମଧ୍ୟ କରି ପାରିବେ । ଏହା ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।

Times of India
ସମ୍ବନ୍ଧିତ ଖବର