ଆମର ଏହି ୫ଟି ଭୁଲ ଶରୀରରୁ ଉର୍ଜାକୁ କରିଥାଏ କମ

ମହିଳା ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କୁ ଘର କାମ ଠାରୁ ଆରମ୍ଭ କରି ଅଫିସ କାମ ପର୍ଯ୍ୟନ୍ତ ସବୁ କାମ କରିବାକୁ ପଡ଼ିଥାଏ । ଯାହା ପାଇଁ ଶରୀର ଅଧିକ ଶକ୍ତି ବା ଉର୍ଜା ଦରକାର କରିଥାଏ । କିନ୍ତୁ ଦୈନଦିନ ଜୀବନରେ ଲୋକମାନେ କରୁଥିବା ଏହି ସବୁ ଭୁଲ ପାଇଁ ସେମାନଙ୍କ ଶରୀରରୁ ଶକ୍ତି କମିବାକୁ ଲାଗିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ଯେତେବେଳେ ଲୋକମାନଙ୍କର ନିଦ ପୂରା ହୋଇ ନଥାଏ, ସେତେବେଳେ ସେମାନେ ଥକିଯିବା ଭଳି ଅନୁଭବ କରିଥାନ୍ତି । ସେଥିପାଇଁ ପ୍ରତିଦିନ୬-୭ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମିଳିବା ସହ ଶରୀର ସୁସ୍ଥ ରହିଥାଏ ।

Cleveland Clinic Health Essentials

୨. କୌଣସି କଥାକୁ ନେଇ ବେଶି ଚିନ୍ତା କରିବା ଦ୍ୱାରା ଆପଣ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିବେ । କୌଣସି କାମ କରିବାକୁ ଇଚ୍ଛା ନ ହେବା ସହ ଶରୀରକୁ ଠିକ ଭାବରେ ଶକ୍ତି ମିଳି ପାରିବ ନାହିଁ । ସେଥିପାଇଁ ସକାଳୁ ଉଠି ପ୍ରତିଦିନ ଯୋଗ କରନ୍ତୁ ।

healthywomen.org

୩. ଶରୀରରେ ଚର୍ବି ବଢ଼ିବା ଦ୍ୱାରା ଲୋକେ ଧିରେ ଧିରେ ଅଳସୁଆ ହେବାକୁ ଲାଗିଥାନ୍ତି । କୌଣସି କାମ କରିବାକୁ ମନ ହୋଇ ନଥାଏ । ଏଭଳି ପରିସ୍ଥିତିରେ ପ୍ରତିଦିନ ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ ।

୪. ଜଙ୍କ ଫୁଡ୍‌ ବା ତୈଳଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଶରୀରର ଉର୍ଜା ଧିରେ ଧିରେ କମ ହେବାକୁ ଲାଗିଥାଏ । ଏଥିରେ ଥିବା ବ୍ୟାକ୍ଟେରିଆ ଏବଂ ଜୀବାଣୁ ଶରୀରକୁ ଦୁର୍ବଳ କରି ଦେଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର