ଶୁକ୍ରବାର ସାରା ଦେଶରେ ଲୋକେ ବିଶ୍ୱ ଡ଼େଙ୍ଗୁ ଦିବସ ପାଳନ କରିଥିଲେ । ଏହି ଦିନ ଡ଼େଙ୍ଗୁ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରାଯିବା ସହ ଏଥିରୁ ମୁକ୍ତି ପାଇବାର ଉପାୟ ବିଷୟରେ ଲୋକମାନଙ୍କୁ ଜଣା ଯାଇଥିଲା । ସାଧାରଣତଃଭାବେ ଲୋକେ ଡ଼େଙ୍ଗୁ ରୋଗ ହେଲେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ ଚିକିତ୍ସା ସହ ଆପଣ କିଛି ଘରୋଇ ଜିନିଷ ମଧ୍ୟ ଆପଣାଇ ଏହି ରୋଗକୁ ଶୀଘ୍ର ଭଲ କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ..
ଡ଼େଙ୍ଗୁ ମଶା କାମୁଡ଼ିବାର ୪-୫ଦିନ ମଧ୍ୟରେ ଜ୍ୱର ହେବା ସହ ଏହାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇ ଯାଇଥାଏ ।
ଏହି ରୋଗ ହେଲେ ଜ୍ୱର ସହ ମୁଣ୍ଡ ବିନ୍ଧା ହେବା, ଭୋକ ନ ଲାଗିବା, ହାତ ଓ ଗୋଡ଼ ବିନ୍ଧିବା, ଆଖି ବିନ୍ଧା ହେବା, ତ୍ୱଚାରେ ଲାଲ ରଙ୍ଗର ଚିହ୍ନ ଦେଖାଯିବା, ଥକାପଣ, ନାକରୁ ରକ୍ତ ବାହାରିବା ଭଳି ଲକ୍ଷଣ ଦେଖା ଯାଇଥାଏ ।
/sambad/media/post_attachments/wp-content/uploads/2019/05/11_36_219969380dengue-2-300x150.jpg)
୧. ଡ଼େଙ୍ଗୁ ରୋଗ ହେଲେ ପ୍ଲେଟ୍ଲେଟ୍ସ କମ ହେବା ସହ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । ଏଭଳି ପରିସ୍ଥିତିରେ ଭଣ୍ଡା ଖାଆନ୍ତୁ ବା ଏହାର ପତ୍ରର ରସ ପିଅନ୍ତୁ ।
/sambad/media/post_attachments/wp-content/uploads/2019/05/11_39_330501380home-remedies-300x173.jpg)
୨. ତୁଳସୀ ପତ୍ର ଏବଂ ଗୋଲ ମରିଚକୁ ପାଣିରେ ପକାଇ ଫୁଟାଇବା ସହ ଥଣ୍ଡା କରି ଦିନକୁ ୪-୫ଥର ପିଅନ୍ତୁ ।
/sambad/media/post_attachments/wp-content/uploads/2019/05/11_48_152757380tulsi-drink-300x225.jpg)
୩. ଡ଼େଙ୍ଗୁ ସମସ୍ୟା ଦେଖାଗଲେ ମେଥୀର ପତ୍ରକୁ ପାଣିରେ ଫୁଟାଇ ତାହାର କାଢ଼ା ତିଆରି କରି ପିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରରୁ ବିଷାକ୍ତ ଜିନିଷ ବାହାରିଯିବା ସହ ଡ଼େଙ୍ଗୁ ଜ୍ୱର ମଧ୍ୟ ଭଲ ହୋଇ ଯାଇଥାଏ ।
୪. ଗୋଟେ ଗ୍ଲାସ ଗାଜର ରସରେ ୩-୪ଚାମଚ ବିଟ୍ର ରସ ମିଶାଇ ରୋଗୀକୁ ପିଇବାକୁ ଦିଅନ୍ତୁ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ପ୍ଲେଟ୍ଲେଟସର ସଂଖ୍ୟା ମଧ୍ୟ ବଢ଼ିଥାଏ ।
/sambad/media/post_attachments/wp-content/uploads/2019/05/11_50_103881380beetroot-300x200.jpg)