ଏହି ୫ଟି ସମସ୍ୟା ଥିବା ଲୋକଙ୍କ ପାଇଁ ବାଦାମ ଖାଇବା ବିଷ ସାବ୍ୟସ୍ତ ହୋଇପାରେ

ଆଗରୁ ଆମେ ଅନେକ ଥର ବାଦାମର ଫାଇଦା ବିଷୟରେ ଜଣାଇ ଆସିଛୁ । ଏଥିରେ ଅଧିକ ପାରିମାଣରେ କ୍ୟାଲ୍‌ସିୟମ୍‌,ଫସ୍‌ଫରସ୍‌, ଭିଟାମିନ୍‌ ‘ଇ’,ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରକୁ ପୋଷଣ ଯୋଗାଇବା ସହ ସୁସ୍ଥ ରଖିଥାଏ । ପ୍ରତିଦିନ ୩ରୁ ୪ଟା ବାଦାମ ଖାଇବା ଶରୀର ପାଇଁ ଭଲ କିନ୍ତୁ ତା’ଠାରୁ ଅଧିକ ଖାିଇବା ଦ୍ୱାରା ଶରୀରରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଏମିତି କିଛି ଶାରୀରିକ ସମସ୍ୟା ରହିଛି ଯେଉଁ ସମୟରେ ବାଦାମ ଖାଇବା ଦ୍ୱାରା ତା’ହା ଶରୀର ଉପରେ ଭଲ ପ୍ରଭାବ ପକାଇବା ଅପେକ୍ଷା ଖରାପ ପ୍ରଭାବ ପକାଇଥାଏ ।
୧. ଯେଉଁ ଲୋକମାନଙ୍କର ଉଚ୍ଚରକ୍ତଚାପର ସମସ୍ୟା ରହିଛି ସେମାନେ ବାଦାମ ଆଦୌ ଖାଇବା ଉଚିତ୍‌ ନୂହେଁ ।
୨.କିଡନି ଜନୀତ ସମସ୍ୟା ଥିଲେ ବାଦାମ୍‌କୁ ଆଦୌ ଖାଇବା ଉଚିତ୍‌ ନୁହେଁ । ଏଥିରେ ଓକ୍ସାଲେଟ୍‌ର ପରିମାଣ ଅଧିକ ଥିବାରୁ ଏହା କିଡନି ସମସ୍ୟାକୁ ଆହୁରି ବଢ଼ାଇଥାଏ ।

Image result for these-7-people-should-not-eat-almonds
NPR

୩.ବାଦାମରେ ଭିଟାମିନ୍‌ ‘ଇ’ର ପରିମାଣ ଅଧିକ ଥିବାରୁ ଏହାକୁ ଅଧିକ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଏବଂ ଥକାପଣ ଦେଖା ଦେଇଥାଏ।
୪.ଯଦି ଆପଣ କୌଣସି ଶାରୀରିକ ସମସ୍ୟା ପାଇଁ ଆଣ୍ଟିବାୟୋଟିକ୍‌ ଖାଉଛନ୍ତି, ତେବେ ବାଦାମ ଖାଇବା ବନ୍ଦ କରନ୍ତୁ ।
୫.ଏସିଡ଼ିଟି ଏବଂ ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନେ ଏହାର ସେବନ କମ କରିବା ଦରାକାର ।

ସମ୍ବନ୍ଧିତ ଖବର