ଏହି ୫ଜଣଙ୍କ ପାଇଁ ବାଦାମ ଖାଇବା ବିଷ ସାବ୍ୟସ୍ତ ହୋଇପାରେ

ଆଗରୁ ଆମେ ଅନେକ ଥର ବାଦାମର ଫାଇଦା ବିଷୟରେ ଜଣାଇ ଆସିଛୁ । ଏଥିରେ ଅଧିକ ପାରିମାଣରେ କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌, ଭିଟାମିନ୍‌ E, ଫାଇବର ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ ଯାହା ଶରୀରକୁ ପୋଷଣ ଯୋଗାଇବା ସହ ସୁସ୍ଥ ରଖିଥାଏ । ପ୍ରତିଦିନ ୩ରୁ ୪ଟା ବାଦାମ ଖାଇବା ଶରୀର ପାଇଁ ଭଲ; କିନ୍ତୁ ତା’ଠାରୁ ଅଧିକ ଖାଇବା ଦ୍ୱାରା ଶରୀରରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଏମିତି କିଛି ଶାରୀରିକ ସମସ୍ୟା ରହିଛି ଯେଉଁ ସମୟରେ ବାଦାମ ଖାଇବା ଦ୍ୱାରା ତା’ହା ଶରୀର ଉପରେ ଭଲ ପ୍ରଭାବ ପକାଇବା ଅପେକ୍ଷା ଖରାପ ପ୍ରଭାବ ପକାଇଥାଏ ।
୧. ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କୁ ବାଦାମ ଆଦୌ ଖାଇବା ଉଚିତ୍‌ ନୂହେଁ ।
୨. କିଡ଼୍‍ନି ଜନିତ ସମସ୍ୟା ଥିଲେ ବାଦାମ୍‌କୁ ଆଦୌ ଖାଇବା ଉଚିତ୍‌ ନୁହେଁ । ଏଥିରେ ଓକ୍ସାଲେଟ୍‌ର ପରିମାଣ ଅଧିକ ଥିବାରୁ ଏହା କିଡ଼୍‍ନି ସମସ୍ୟାକୁ ଆହୁରି ବଢ଼ାଇଥାଏ ।

ActiveBeat

୩. ବାଦାମରେ ଭିଟାମିନ୍‌ Eର ପରିମାଣ ଅଧିକ ଥିବାରୁ ଏହାକୁ ଅଧିକ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଏବଂ ଥକାପଣ ହେବାକୁ ଲାଗିଥାଏ ।
୪. ଯଦି ଆପଣ କୌଣସି ଶାରୀରିକ ସମସ୍ୟା ପାଇଁ ଆଣ୍ଟିବାୟୋଟିକ୍‌ ଖାଉଛନ୍ତି, ତେବେ ବାଦାମ ଖାଇବା ବନ୍ଦ କରନ୍ତୁ ।
୫.ଏସିଡ଼ିଟି ଏବଂ ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନେ ଏହାର ସେବନ କମ କରିବା ଦରାକାର ।

Onlymyhealth
ସମ୍ବନ୍ଧିତ ଖବର