ସାବଧାନ୍‌…… ଏହା ସବୁ ହେଉଛି କ୍ୟାନ୍‌ସରର ଲକ୍ଷଣ!

ସମସ୍ତେ ଜାଣନ୍ତି କି କ୍ୟାନ୍‌ସର୍‌ ଏମିତି ଏକ ରୋଗ ଯାହାଠୁ ମୁକ୍ତି ମିଳିବା ସହଜ ହୋଇ ନ ଥାଏ। ଠିକ୍‌ ଚିକିତ୍ସା ହୋଇପାରୁ ନ ଥିବାରୁ ବ୍ୟକ୍ତିକୁ ଏହା ଧୀରେ ଧୀରେ ମୃତ୍ୟୁ ମୁଖକୁ ନେଇଯାଏ। ତେବେ, କେତେକ ଉପସର୍ଗରୁ ଜାଣନ୍ତୁ କ୍ୟାନ୍‌ସର୍‌ର ଲକ୍ଷଣ। ଯଦି ଆପଣଙ୍କ ଠାରେ ଏସବୁ ଲକ୍ଷଣ ଦେଖାଯାଏ ତା’ହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଠିକ୍‌ ସମୟରେ ଚିକିତ୍ସା କରିଲେ କର୍କଟ ରୋଗ ନିରାକରଣ ସମ୍ଭବ ହୋଇଥାଏ। ସେଥିପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା କରାନ୍ତୁ ଓ କ୍ୟାନ୍‌ସର୍‌ରୁ ମୁକ୍ତି ପାଆନ୍ତୁ। ଜାଣନ୍ତୁ କ’ଣ ସବୁ ଏହାର ଲକ୍ଷଣ…

 

ହଠାତ୍‌ ଓଜନ କମି ଚାଲିବା କ୍ୟାନ୍‌ସର୍‌ର ଲକ୍ଷଣ ହୋଇପାରେ।

ଶରୀରର ବିଭିନ୍ନ ସ୍ଥାନରେ ଦରଜ ଲାଗି ରହିବା କ୍ୟାନ୍‌ସର୍‌ର ଲକ୍ଷଣ ହୋଇପାରେ।

କମ୍‌ ସମୟ କାମ କରିଲେ ମଧ୍ୟ ଅଧିକାଂଶ ସମୟ କ୍ଲାନ୍ତ ହୋଇଯାଉଥିବା କ୍ୟାନ୍‌ସର୍‌ର ଲକ୍ଷଣ ହୋଇପାରେ।

ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ରଙ୍ଗ ହୋଇଯାଇ କୁଣ୍ଡାଇ ହେବା ଓ ଏହା ଭଲ ନ ହେବା କ୍ୟାନ୍‌ସର୍‌ର ଲକ୍ଷଣ ହୋଇପାରେ।

କାଶ ଛାଡ଼ୁ ନ ଥିବା ଓ କାଶିଲା ସମୟରେ ଓ ପରିସ୍ରା ଗଲା ସମୟରେ ରକ୍ତ ପଡ଼ିବା କ୍ୟାନ୍‌ସର୍‌ର ଲକ୍ଷଣ ହୋଇପାରେ।

ଅଧିକ ଦିନ ଧରି ଖାଇଲା ପରେ ଖାଦ୍ୟ ହଜମ ନ ହୋଇ ପେଟ ଦରଜ ହେବା ମଧ୍ୟ କ୍ୟାନ୍‌ସର୍‌ର ଲକ୍ଷଣ ହୋଇପାରେ।

ସମ୍ବନ୍ଧିତ ଖବର